ରାଜ୍ୟରେ ଆହୁରି ବଢିବ ତାତି । ରାଜ୍ୟରେ ଗ୍ରୀଷ୍ମର ଲହରୀ ଜାରି ରହିଥିଲାବେଳେ କାଳବୈଶାଖୀ ପାଇଁ କେତେକ ସ୍ଥାନରେ ଆସ୍ୱସ୍ଥି ମିଳିଛି । ହେଲେ ଆଗକୁ ତାତି ଆହୁରି ବଢିବା ନେଇ ପାଣିପାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି । ଆସନ୍ତା ୫ ଦିନ ମଧ୍ୟରେ ୪ରୁ ୬ ଡିଗ୍ରୀ ତାପମାତ୍ରା ବଢିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଭଳି ପରିସ୍ଥିତିରେ ରାଜ୍ୟରେ ଉତ୍ତର ଦକ୍ଷିଣ ଉପକୂଳବର୍ତ୍ତୀ ଜିଲ୍ଲା ସହ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ଯାଏଁ ହିଟୱେଭ ଜାରି କରାଯାଇଛି ।
ତେଵେ ଗୁରୁବାର ଦିନର ତାପମାତ୍ରା ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ସିଭିୟର ହିଟ୍ ଓ୍ବେଭ୍ ପାଇଁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଝାରସୁଗୁଡା, ସୁନ୍ଦରଗଡ, ମୟୂରଭଂଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଅନୁଗୁଳ, ନୟାଗଡ, ବଲାଙ୍ଗୀର,ବୌଦ୍ଧ, ନୂଆପଡା, କନ୍ଧମାଳ,ଖୋର୍ଦ୍ଧା, କଟକ ଓ ଢେଙ୍କାନାଳ ଆଦି ୧୭ ଜିଲ୍ଲାକୁ ହିଟ୍ ଓ୍ବେଭ୍ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ତାତିରୁ ରକ୍ଷା ପାଇବା ପାଇଁ ଉପଯୁକ୍ତ ଜିନିଷ ବ୍ୟବହାର କରି ବାହାରକୁ ଯିବାକୁ ସତର୍କ କରାଯାଇଛି ।