ବାରମ୍ବାର ରାଜ୍ୟର ବିଭିନ୍ନ ସ୍ଥାନରେ ଘଟୁଛି ସଡକ ଦୁର୍ଘଟଣା। ଫଳରେ ଅନେକ ନିରୀହ ଜୀବନ ମଧ୍ୟ ଚାଲିଯାଉଛି। ସେହିଭଳି ଏକ ଟ୍ରକ୍ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଛି। ହେଲେ ଏହିଁ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର। ତେବେ ଏଭଳି ଅଭାବନୀୟ ଦୁର୍ଘଟଣା ମୟୂରଭଞ୍ଜ ରାଇରଙ୍ଗପୁର ଏୟାର ଷ୍ଟ୍ରିପ ଛକ ନିକଟରେ ଘଟିଛି। ପୋଲିସ ଘଟଣାସ୍ଥଳରେ ପହଂଚି ଘଟଣାର ଅଧିକା ତଦନ୍ତ ଆରମ୍ଭ କରିଛି।
ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରକ ଟାଟାରୁ ବାଦାମପାହାଡ ଆଡେ ଆସୁଥିଲା। ସେହି ସମୟରେ ଟ୍ରକଟି ମୟୂରଭଞ୍ଜ ରାଇରଙ୍ଗପୁର ଏୟାର ଷ୍ଟ୍ରିପ ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡିଥିଲା। ଫଳରେ ଟ୍ରକର ଗୋଟେ ପଟ ସାଇଡ ଭାଙ୍ଗି ଯାଇଥିବା ବେଳେ ଟ୍ରକ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହାପରେ ସ୍ଥାନୀୟ ବାସିନ୍ଦା ଟ୍ରକ ଭିତରୁ ତୁରନ୍ତ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ। ଏହାପରେ ପୋଲିସ ଖବର ପାଇ ଘଟନସ୍ଥଳରେ ପହଂଚି ଘଟଣାର ଖୋଳତାଡ଼ ଆରମ୍ଭ କରିଛି।