ଆହୁରି ଉପର ମୁଁହା ହେବ ତାପମତ୍ରା। ତେବେ ବର୍ତ୍ତମାନ ଦିନକୁ ଦିନ ତାତିର ପରିମାଣ ବଢ଼ିବାରେ ଲାଗିଛି। ଚଳିତ ବର୍ଷ ପ୍ରଥମ ଥର ୫ ଟି ସହରରେ ତାପମାତ୍ରା ୪୦ ଛୁଇଁଛି। ତେବେ ସେହି ଜିଲ୍ଲା ଗୁଡିକ ହେଲା ଟିଟିଲାଗଡ଼, ବଲାଙ୍ଗିର, ବୌଦ୍ଧ, ଭବାନୀପାଟଣା, ନୟାଗଡ଼। ତେବେ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଆହୁରି ଅଧିକ ବଢିବ ତାପମାତ୍ରା ଏ ନେଇ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।
ସୂଚନା ମୁତାବକ, ଏପ୍ରିଲ ୬ତାରିଖ ଯାଏ ତାତିରୁ ମିଳିବ ନାହିଁ ନିସ୍ତାର। ଆସନ୍ତା ମାସ ପ୍ରଥମ ସପ୍ତାହ ଯାଏ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଆଗାମୀ ୮ ଦିନ ଯାଏ ପାଗରେ ସେମିତି କିଛି ବିଶେଷ ପରିବର୍ତ୍ତନ ହେବ ନାହିଁ। ତାପମାତ୍ରା ବଢ଼ିବା ହେତୁ ଲୋକମାନଙ୍କୁ ଯାତାୟାତ କରିବାର ଅସୁବିଧା ହେଉଛି। ଚଳିତ ବର୍ଷ ପ୍ରଥମ ଥର ୫ ଟି ସହରରେ ତାପମାତ୍ରା ୪୦ ଛୁଇଁଛି। ତାତି ବଢ଼ିବାରୁ ବର୍ତ୍ତମାନ ଏହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ତେବେ ଘରୁ ଟାଣ ଖରାରେ ବାହାରିବା ବେଳେ ସାଙ୍ଗରେ ଛତା, ପାଣି ବୋତଲ ନେଇ ଯିବା ପାଇଁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ।