ହେଉଥିଲା ମହୁଲ ଚାଲାଣ ମାଡି ବସିଲା ପୋଲିସ । ଗଜପତି ଜିଲ୍ଲା ରାୟଗଡା ବ୍ଲକର ନୂଆଗଡ ରୁ ଖଜୁରୀପଦା ଆସିବା ବାଟରେ ଅବକାରୀ ବିଭାଗ ଚେକିଂ କରୁଥିଲା, ଆଉ ଠିକ ସେହି ସମୟରେ ଗୋଟିଏ ପିକ୍ ଅପ ଭ୍ୟାନରୁ ଆନୁମାନିକ ପ୍ରାୟ ୩୦ବସ୍ତାରୁ ଅଧିକ ମହୁଲ ଫୁଲ ଚୋରା ଚାଲାଣ ହେଉଥିବା ବେଳେ ମାଡିବସିଲା ଅବଜକାରୀ ବିଭାଗ ।
ତେବେ ସୂଚନା ଅନୁସାରେ, ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଦୀପ କୁମାର ସାହୁଙ୍କ ନିର୍ଦ୍ଦେଶନାରେ ପାରାଳାକେମୁଣ୍ତି ଥାନା ଅଧିକାରୀ ଶ୍ରୀ ଦୟାନିଧି ବାରିକଙ୍କର ତତ୍ତ୍ୱବିଧାନରେ ଏକ ଟିମ ଗଠନ ହୋଇଥିଲା । ଆଉ ସେହି ଟିମ ରାୟଗଡର ଆଖାପାଖି ଅଞ୍ଚଳରେ ତନାଘନା କରୁଥିଲା । ଆଉ ଠିକ ସେହି ସମୟରେ ଆବକାରୀ ବିଭାଗ ହାତରେ ଲାଗିଥିଲା 30 ବସ୍ତାରୁ ଅଧିକ ମହୁଲ ଫୁଲ ଚାଲଣ । ତେବେ ଘଟଣା ସ୍ଥାଳରେ ଅବକାରୀ ବିଭାଗ ଡ଼୍ରାଇଭର ଓ ସହଯୋଗୀ ଙ୍କୁ ଅଟକ ରଖିବା ସୂଚନା ମିଳିଛି । ବଜାରରେ ମହୁଲ ଫୁଲର ଅନୁମାନିକ ମୂଲ୍ୟ ପ୍ରାୟ 40 ହଜାର ରୁ ଅଧିକ ହେବ ବୋଲି ଆକଳନ କରାଯାଉଛି ।
ଅଧିକା ପଢନ୍ତୁ : ଥମୁନି ଶିମିଳିପାଳ ଜଙ୍ଗଲ ନିଆଁ : ୩୫ଟି ସ୍ଥାନରେ ନିଆଁ ଲାଗିଥିବା ଚିହ୍ନଟ !