ଶନିବାର ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁକୁ ବହୁ ଚେଷ୍ଟା ପରେ ବନ ବିଭାଗ ଏବଂ ଓଡ୍ରାଫ ଟିମ ଆୟତ୍ତ କରିବା ପାଇଁ ସଫଳ ହୋଇଥିଲେ । କିନ୍ତୁ ରବିବାର ପ୍ରାୟ ୩୫ଟି ସ୍ଥାନରେ ନିଆଁ ଲାଗିଥିବା ଚିହ୍ନଟ କରାଯାଇଛି ବୋଲି ବନ୍ୟ ସଂରକ୍ଷକଙ୍କ ପକ୍ଷରୁ ସୂଚନା ମିଳିଛି । ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ଶିମିଳିପାଳ ଓ ତାର ଆଖପାଖ ବନାଞ୍ଚଳରେ ନିଆଁ ଲାଗିଥିବା ଆଶଙ୍କା କରାଯାଇଛି । ବନାଗ୍ନି ବନ କର୍ମଚାରୀମାନଙ୍କର ଚିନ୍ତାର କାରଣ ପାଲଟିଛି । ଯେତେ ତାପମାତ୍ରା ବଢୁଛି ସେତେ ନିଆଁ ତାର କାୟା ବିସ୍ତାର କରିବାରେ ଲାଗିଛି । ବନାଗ୍ନି ପାଇଁ ଜଙ୍ଗଲରେ ଥିବା ବହୁ ମୂଲ୍ୟବାନ ଓ ଔଷଧୀୟ ବୃକ୍ଷ ଜଳିପୋଡ଼ି ନଷ୍ଟ ହୋଇଯାଉଛି । ଶିମିଳିପାଳର ଜଙ୍ଗଲରେ କେଉଁ ଅଞ୍ଚଳରେ ନିଆଁ ଲାଗିଛି ବନ ବିଭାଗ କର୍ମଚାରୀମାନେ ଉକ୍ତ ସ୍ଥାନକୁ ଚିହ୍ନଟ କରିଛନ୍ତି । ଉକ୍ତ ବନାଗ୍ନିକୁ ଆୟତ୍ତ କରିବା ପାଇଁ ମଧ୍ୟ ବନ ବିଭାଗ ଏବଂ ଓଡ୍ରାଫ ଟିମ ନିୟୋଜିତ କରାଯିବ ବୋଲି ସୂଚନା ମିଳିଛି । ଜଙ୍ଗଲ ନିଆଁ ଯେତେ ବଢୁଛି ବନ୍ୟଜନ୍ତୁଙ୍କ ଜୀବନ ପ୍ରତି ବିପଦ ସେତେ ବଢୁଛି ।
ଆଗକୁ ପଢ଼ନ୍ତୁ : ଲିଭୁଛି ଯେତିକି ଜଳୁଛି ସେତିକି..ଶିମିଳିପାଳ