ଜଳୁଛି ଶିମିଳିପାଳ ଜଙ୍ଗଲ। ବନବିଭାଗର ଶତ ଚେଷ୍ଟା ସତ୍ବେ ଏ ଯାଏଁ ସମ୍ପୂର୍ଣ୍ଣ ରୂପେ ନିଆଁ ଲିଭିପାରିନି। ପ୍ରବଳ ଖରା ଗରମ ଏବଂ ନିଆଁ ଉତ୍ତାପ ସତ୍ତ୍ବେ ପାହାଡ଼ ଉପରେ ଚଢି ବନ ବିଭାଗ କର୍ମଚାରୀ ମାନେ ନିଆଁ ଲିଭାଉଛନ୍ତି । ବନ ବିଭାଗ ବହୁ ସତର୍କତା ଅବଲମ୍ବନ କଲେ ମଧ୍ଯ ନିଆଁକୁ ଆୟତ୍ତ କରିବା ଅନେକ ସମୟରେ ଅସମ୍ଭବ ହେଇପଡୁଛି। ଅନେକ ସଂଘର୍ଷ କଲାପରେ ନିଆଁ ଲିଭାଉଛନ୍ତି ବନବିଭାଗ କର୍ମଚାରୀ। ହେଲେ ନିଆଁ ଲିଭି ପୁଣି ଜଳିବା ଆରମ୍ଭ କରୁଛି।
ସୂଚନା ଯୋଗ୍ୟ ଶନିବାର ସକାଳେ ଶିମିଳିପାଳ ଅଭୟାରଣ୍ୟରେ ୩୫ ପଏଣ୍ଟରେ ନିଆଁ ଲାଗିଥିଲା ଦିନବେଳେ ସେହି ନିଆଁ ବୃଦ୍ଧି ପାଇ ୪୬ ଟି ପଏଣ୍ଟରେ ପହଞ୍ଚିଥିଲା। ଗତକାଲି ଶିମିଳିପାଳରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ତେବେ ଦିନ ରାତି ଏକ କରି ବନ ବିଭାଗ କର୍ମଚାରୀ ନିଆଁ ଲିଭେଇବାରେ ସଫଳ ହେଇଛନ୍ତି । ଆଜି ଗୋଟିଏ ପଏଣ୍ଟ ବି ଶିମିଳିପାଳରେ ନିଆଁ ଲାଗି ନାହଁ କିନ୍ତୁ ଦିନ ବେଳେ ନିଆଁ ଲାଗିବାର ଯଥେଷ୍ଟ ସମ୍ଭାବନା ରହିଛି ।
ଅନ୍ୟପଟେ ଗରମ ବଢ଼ିଲେ ନିଆଁ ଲାଗିବାର ସମ୍ଭାବନା ବଢ଼ିଯାଏ । ଆଉ ଥରେ ନିଆଁ ଲାଗିଲେ ଏହାକୁ ନିୟନ୍ତ୍ରଣ କରିବା ମୁସ୍କିଲ ହୋଇଯାଏ । ତେବେ ଚଳିତ ଥର ଶିମିଳିପାଳ ଅଭୟାରଣ୍ୟରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିବା ପାଇଁ ବନବିଭାଗ ପ୍ରାଣପଣେ ଚେଷ୍ଟା ଜାରି ରଖୁଛି।
ଅଭୟାରଣ୍ୟରେ ନିଆଁ ଲାଗିବା ଯୋଗୁଁ ବନ୍ୟଜନ୍ତୁ ଏବଂ ମୂଲ୍ୟବାନ ଗଛ ଏବେ ଖୁବ ବିପଦରେ ଅଛନ୍ତି । ଶିମିଳିପାଳରେ ନିଆଁ ଲିଭେଇବା ବନ ବିଭାଗ କର୍ମଚାରୀ ପାଇଁ ଚାଲେଞ୍ଚ ପାଲଟିଛି।