ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ରବିବାର ସନ୍ଧ୍ୟାରେ ଶକ୍ତି ପ୍ରଦର୍ଶନ କରିଛି ବିଜେପି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ, ବିଧାନସଭା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ, ଲୋକସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତ ଏକ ବିଶାଳ ଜନ ସମାବେଶରେ ବିଜେପିର ଶକ୍ତି ପ୍ରଦର୍ଶନ କରିଛନ୍ତି । ଝାରସୁଗୁଡ଼ା ସହରର ମନମୋହନ ସ୍କୁଲ ପଡ଼ିଆରୁ ଏକ ବିଶାଳ ରୋଡ୍ ସୋ’ ବାହାରି ସହରର ପୁରୁଣା ବସ୍ ଷ୍ଟାଣ୍ଡ ପାଖରେ ପହଞ୍ଚିଥିଲା । ତେବେ ଚଳିତ ନିର୍ବାଚନରେ ବିଜେପିକୁ ଭୋଟ ଦେବା ସହ ଓଡ଼ିଶାରେ ଏଥର ପରିବର୍ତ୍ତନର ଲହର ଦେଖାଦେବା ଆରମ୍ଭ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ନରେନ୍ଦ୍ର ମୋଦିଙ୍କ ଯାଦୁ ଓଡ଼ିଶାରେ ଚାଲିବା ଆରମ୍ଭ ହେଲାଣି, ଏହା ସହ ସ୍ଥାନୀୟ ପ୍ରତିନିଧି ପ୍ରଦୀପ ପୁରୋହିତଙ୍କୁ ଲୋକେ ଭୋଟ ଦେଇ ନିର୍ବାଚିତ କରିବା ସହ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ସରକାର ଗଢ଼ିବ ।
ଅଧିକ ପଢନ୍ତୁ : ମହାନଦୀ ସାହିତ୍ୟ ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ର ମନ୍ତ୍ରୀ