ନିର୍ବାଚନ ପୂର୍ବରୁ ଢେଙ୍କାନାଳ ଜିଲ୍ଲା ପୋଲିସ ର ବଡ଼ ଆକ୍ସନ। କାମାକ୍ଷାନଗରର କୁଖ୍ୟାତ ଅପରାଧୀ ତଥା ବହୁ ଚର୍ଚ୍ଚିତ କିଙ୍ଗ ଅଫ ଫରେଷ୍ଟର ପ୍ରମୁଖ ସହଯୋଗୀ ସୁବାସ ଖୁଣ୍ଟିଆକୁ ଏନକାଉଣ୍ଟର କରିଛି ପୋଲିସ। ତେବେ ଏହି କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କ ନାଁରେ ଦୁଇଟି ମର୍ଡର କେସ, ଡକାୟତି କେସ ସମେତ ୧୮ ଟି କେସ ରହିଛି।
ସୂଚନା ଅନୁସାରେ , କାମାକ୍ଷାନଗର ଥାନା ଖୁଣ୍ଟାପଶି -ଗୁଣ୍ଡିଚାନାଳୀ ଜଙ୍ଗଲ ରାସ୍ତାରେ ଭୋର ପ୍ରାୟ ୪ ଟାରେ ସମୟରେ ହୋଇଛି ଏହି ଏନକାଉଣ୍ଟର। ପୋଲିସର ଏହି ଏନକାଉଣ୍ଟର ଫଳରେ ସୁବାସର ଡାହାଣ ଗୋଡ଼ରେ ଗୁଳି ବାଜିଥିଲା। ତେଣୁ ଗୁରୁତର ଅବସ୍ଥାରେ ପୋଲିସ ତାକୁ ପ୍ରଥମେ କାମାକ୍ଷାନଗର ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଛି। ତେବେ ପୋଲିସ ଏନକାଉଣ୍ଟର ବେଳେ ସୁବାସଙ୍କ ଠାରୁ ଏକ ବନ୍ଧୁକ ଜବତ କରିଛି।