ନୂଆଦିଲ୍ଲୀ: ଦିଲ୍ଲୀର ଡିଡିଏ ପାର୍କରେ ମଙ୍ଗଳବାର ଦିନ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । କୁହାଯାଉଛି ଯେ, ପାର୍କରେ ଜିମ୍ରେ ମେସିନ ମାଧ୍ୟମରେ ବ୍ୟାୟାମକୁ ନେଇ ମୃତକଙ୍କ ସହିତ କିଛି ଯୁବକଙ୍କର ବିବାଦ ହୋଇଥିଲା । ଏହା ପରେ ଯୁବକମାନେ ଛୁରିରେ ଆକ୍ରମଣ କରିଥିଲେ । ଏହି ମାମଲାରେ ଅଭିଯୋଗ ମିଳିବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଛାନ୍ଭିନ୍ ଆରମ୍ଭ କରିଦେଇଛି ।
ଉତ୍ତର-ପୂର୍ବ ଦିଲ୍ଲୀର ଉସମାନପୁର ଥାନା ଅଞ୍ଚଳସ୍ଥିତ ଡିଡିଏ ପାର୍କରେ ମେସିନ ମାଧ୍ୟମରେ ବ୍ୟାୟାମ କରିବାକୁ ନେଇ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି । ଯୁବକଙ୍କ ନାମ ସୁଫିୟାନ (୨୩) । ବିବାଦ ପରେ ଦୁର୍ବୃତ୍ତମାନେ ସୁଫିୟାନ୍ଙ୍କୁ ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।
ପୁଲିସର ମାମଲା ଅନୁସାରେ ଏହି ଘଟଣା ମଙ୍ଗଳବାର ସନ୍ଧ୍ୟା ସାଢ଼େ ୫ଟାରେ ଜଗ ପ୍ରବେଶ ହସ୍ପିଟାଲ ସାମ୍ନାସ୍ଥିତ ଡିଡିଏ ପାର୍କରେ ଘଟିଥିଲା । ଏହି ମାମଲାରେ ନ୍ୟୁ ଉସ୍ମାନପୁର ପୁଲିସ ଥାନାରେ ଏକ ଧାରା ୩୦୨ ବଳରେ ମାମଲା ରୁଜୁ ହୋଇଛି । ମୃତକ ସୁଫିୟାନ ଉସ୍ମାନପୁର ନିବାସୀ ଥିଲେ । ସେ ଦିନ ମଜୁରିଆ ଥିଲେ । ତାଙ୍କର ଛାତିକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଥିଲା ।