ଏପ୍ରିଲ 30 ପର୍ଯ୍ୟନ୍ତ ରାଜ୍ୟ ରହିବ ଲକଡାଉନ, ରାଜ୍ୟ କ୍ୟାବିନେଟ ବୈଠକରେ ହେଲା ନିଷ୍ପତି
Khabar Odisha:The-state-will-remain-in-lockdown-until-April-30-the-decision-was-taken-at-a-meeting-of-the-state-cabinet
ଭୁବନେଶ୍ୱର, ଏପ୍ରିଲ ୦୮ (ଖବର ଓଡ଼ିଶା):

ଏପ୍ରିଲ 30 ତାରିଖ ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି ନେଇ ରାଜ୍ୟ କ୍ୟାବିନେଟର ନିଷ୍ପତି। ଭିଡିଓ ବାର୍ତ୍ତା ଜାରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କରେ ଘୋଷଣା କରିଛନ୍ତି। ଏପ୍ରିଲ 14 ତାରିଖ ଦିନ ଶେଷ ହେଉଥିବା ଲକଡାଉନକୁ ଆଉ 15 ଦିନ ବୃଦ୍ଧି କରିବା ପାଇଁ ରାଜ୍ଯ କ୍ୟାବିନେଟ ବୈଠକରେ ଏନେଇ ଆଲୋଚନା ହୋଇଥିଲା ଓ ବର୍ତ୍ତମାନ ପରିସ୍ଥିତିକୁ ନଜରରେ ରଖି ଲକଡାଉନ ସମୟସୀମାକୁ ଆଉ 15 ଦିନ ବୃଦ୍ଧି କରିବା ପାଇଂ କ୍ୟାବିନେଟରେ ସମସ୍ତ ସଦସ୍ୟଙ୍କ ମଧ୍ୟରେ ସହମତି ହୋଇଥିଲା ଏହାପରେ ଏ ପ୍ରସ୍ତାବ କ୍ଯାବିନେଟରେ ପାସ ହେବା ପରେ ଏହାକୁ କେନ୍ଦ୍ର ସରକାର ନିକଟକୁ ପଠାଯାଇଛି।

ଏହା ସହ ରାଜ୍ୟରେ ଏପ୍ରିଲ 30 ତାରିଖ ପର୍ଯ୍ୟନ୍ତ ସମସ୍ତ ରେଳ ଚଳାଚଳ ଓ ବିମାନ ସେବାକୁ ମଧ୍ୟ ବନ୍ଦ କରିବା ନେଇ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର।  

  • Tags:

Subscribe

National International State Sports Entertainment