ବେଆଇନ ମଦ ଭାଟିରେ ଚଢ଼ାଉ କରିଛି ପୋଲିସ । ୪୧ ହଜାର ଲିଟର ପୋଚ ନଷ୍ଟ କରିଛି । ୫୦୦ ଲିଟର ଦେଶୀ ମଦ ଜବତ କରିଛି ।
ସୂଚନା ଅନୁସାରେ , ଆଜି ସକାଳୁ ସକାଳୁ ବାଲେଶ୍ୱର ଜିଲ୍ଲାରେ ପୋଲିସ ବେଆଇନ ମଦ ଭାଟିରେ ଚଢ଼ାଉ କରିଛି । ଏହି ଚଢ଼ାଉ ସମୟରେ ପୋଲିସ ପ୍ରାୟେ ୪୧ ହଜାର ଲିଟର ପୋଚ ନଷ୍ଟ କରିବା ସହ ୫୦୦ ଲିଟର ଦେଶୀ ମଦ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆଶଙ୍କା କରାଯାଉଛି । ଏସବୁ ସହ ମଦ ରନ୍ଧାଯାଉଥିବା ସାମଗ୍ରୀକୁ ମଧ୍ୟ ଜବତ କରିଛି ପୋଲିସ । ଦୀର୍ଘ ବର୍ଷ ଧରି ବାଲେଶ୍ୱର ଜିଲ୍ଲାରେ ଏମିତି ଦେଶୀ ମଦ ଭାଟି ଚାଲିଆସୁଥିଲା । କିନ୍ତୁ ଆଗକୁ ପାର୍ବଣ ଋତୁ ଥିବାରୁ ଗତ କିଛି ଦିନ ହେବ ପୋଲିସ ସ୍ପେଶାଲ ଡ୍ରାଇଭ ଆରମ୍ଭ କରିଛି । ଆଉ ଆଜି ଏହି ମଦ ଭାଟି ରେ ଚଢ଼ାଉ କରିଛି । ଆଜି ସକାଳେ ଅବକାରୀ ଓ ପୋଲିସ୍ ଟିମ୍ ମିଳିତ ଭାବେ ଚଢ଼ାଉ କରିଥିଲେ । ଓ ମାଟି ତଳେ ପୋତା ଯାଇଥିବା ପ୍ରାୟ ୪୧ ହଜାର ଲିଟରରୁ ଅଧିକ ପୋଚ ନଷ୍ଟ କରିଛନ୍ତି ।
ଏହି ଟିମରେ ପ୍ରାୟ ୧୦୦ ଜଣ କର୍ମଚାରୀ ସାମିଲ ଥିଲେ ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ଡିସିପି ଙ୍କ ସହ ୨ ପ୍ଲାଟୁନ ପୋଲିସ ଫୋର୍ସ ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ । ଏହି ମଦ ଭାଟିରେ କାମ କରୁଥିବା ସମସ୍ତ ଲୋକଙ୍କୁ ଅଟକ ରଖିଛି ପୋଲିସ ଓ ଏହି ଘଟଣାର ଅଧିକ ତଦନ୍ତ କରୁଛି ।
ଆଗକୁ ପଢନ୍ତୁ :- ରାଜଧାନୀରେ ଥିବା ସମସ୍ତ ଡ୍ୟାନ୍ସବାର ଗୁଡ଼ିକ ବେପୁରିଆ ଭାବେ କାର୍ଯ୍ୟ କରୁଛନ୍ତି