ରାଜଧାନୀ ଭୁବନେଶ୍ୱର ସ୍ଥିତ ସମସ୍ତ ଡ୍ୟାନ୍ସବାର ଗୁଡିକରେ ବେଆଇନ କାର୍ଯ୍ୟକଳାପ ହେଉଛି । ଅବକାରୀ ବିଭାଗ ସବୁ ଜାଣିକି ବି ଚୁପ ହୋଇ ବସିବାରେ ଲାଗିଛି ।
ସୂଚନା ଅନୁସାରେ , ରାଜଧାନୀରେ ଥିବା ସମସ୍ତ ଡ୍ୟାନ୍ସବାର ଗୁଡ଼ିକ ବେପୁରିଆ ଭାବେ କାର୍ଯ୍ୟ କରୁଛନ୍ତି । ଅବକାରୀ ଅଧୀନରେ ଥିବା ଡାନ୍ସବାର ଗୁଡ଼ିକର ମାଲିକ ମାନଙ୍କ ସହ ସମ୍ପର୍କ ଥିବାରୁ ସେମାନେ ସମସ୍ତ ବେଆଇନ କାର୍ଯ୍ୟକୁ ଚାପି ଦେଉଛନ୍ତି । ବାରରେ ଘଟୁଥିବା ସମସ୍ତ ବେଆଇନ କାର୍ଯ୍ୟକଳାପଗୁଡ଼ିକ ବିଷୟରେ କମିଶନରେଟ ପୋଲିସ ଖବର ପାଇ ଚଢ଼ାଉ କରିଛି । ପୋଲିସର ଚଢ଼ାଉ ପରେ ଅବାକାରୀ ବିଭାଗ ଚେତିଛି । ଡ୍ୟାନ୍ସବାର ଗୁଡିକରେ ଟଙ୍କା ଉଡ଼ାଇବାର ନିୟମ ନଥିଲେ ମଧ୍ୟ ବାର ଗୁଡିକରେ ଏପରି କାର୍ଯ୍ୟ ହେଉଛି ବୋଲି ଅଭଯୋଗ ହୋଇଛି । ଏଥିପାଇଁ କଟକରେ ଥିବା ୫ଟି ବାରକୁ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଏମିତିକି କିଛି ବାର କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ବୋଲି ଅବକାରୀ ବିଭାଗ ସୂଚନା ଦେଇଛନ୍ତି । ଅବକାରୀ ବିଭାଗଙ୍କ କହିବା ଅନୁଯାୟୀ , କୌଣସି ବି ଆଇନ ଉଲଘଂନ କଲେ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ଆବଶ୍ୟକସ୍ଥଳେ ଲାଇସେନ୍ସ ରଦ୍ଧ କରାଯିବ ।
ଗତ ଶନିବାର ବିଳମ୍ବିତ ରାତିରେ ବିଭିନ୍ନ ବାର ଓ ପବରେ ଚଢ଼ାଉ କରାଯାଇଛି । ଆଗକୁ ପାର୍ବଣ ଋତୁ ଆସୁଥିବାରୁ ସମସ୍ତ ବାର ଓ ପଵରେ ଚଢ଼ାଉ ହେବ ବୋଲି କମିଶନରେଟ ପୋଲିସ କହିଛନ୍ତି । ଯେମିତି କି ଗଣ୍ଡଗୋଳ ମାଡ଼ପିଟ କୁ ରୋକାଯିବ ସେ ନେଇ ରାତ୍ରିରେ ସ୍ୱତନ୍ତ୍ର ପେଟ୍ରୋଲିଙ୍ଗ କରାଯିବ ।
ଆଗକୁ ପଢନ୍ତୁ :- ହାଭାର୍ଡ ବିଶ୍ବବିଦ୍ୟାଳୟ ତୋରଣରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମା