ପାରଳାଖେମୁଣ୍ଡି : କାର୍ତ୍ତିକ ମାସରେ ଏବେ ବି ବଞ୍ଚିଛି ‘ଆକାଶଦୀପ’ ପରମ୍ପରା ଚାଲିଛି ଧର୍ମର ମାସ କାର୍ତ୍ତିକ। କୋଟି ଜନ୍ମର ପୁଣ୍ୟ ଅର୍ଜନ ଲାଗି ଆଧ୍ୟାତ୍ମିକ ମହିଳା ମାନେ ନିଷ୍ଠାର ସହ କାର୍ତ୍ତିକ ବ୍ରତ ପାଳନ କରି ଆସୁଛନ୍ତି। ମାସ ସାରା ଦିନ ତମାମ ପାରଳାଖେମୁଣ୍ଡି ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳର ବିଭିନ୍ନ ଦେବାଦେବୀ ପୀଠ ଗୁଡ଼ିକରେ ଭକ୍ତ ମାନଙ୍କ ଗହଳିରେ ଚଳଚଞ୍ଚଳ ହୋଇ ଉଠୁଛି। ଏହି ପୁଣ୍ୟ ଅର୍ଜନର କାର୍ତ୍ତିକ ମାସରେ କାର୍ତ୍ତିକ ହବିଶାଳି ମାଆ ମାନେ ପ୍ରତ୍ୟେକ ଦିନ ମହେନ୍ଦ୍ର ତନୟା ନଦୀ ତୁଠରେ ପ୍ରାତଃ ସମୟରେ ସ୍ନାନ ସାରି ମନ୍ଦିର ଯାଇଥାନ୍ତି। ମାତ୍ର ହବିଶାଳି ମାଆ ମାନଙ୍କ ଗାଧୁଆ ତୁଠ ଅବସ୍ଥା ନ କହିବା ଭଲ। ଗାଧୁଆ ତୁଠ ପାଲଟିଛି ଅଳିଆ ଆବର୍ଜ୍ଜନା ର ଗନ୍ତାଘର।
ଏହି ଅଳିଆ ଆବର୍ଜନା ସଫା ନିମନ୍ତେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀରେ ପାରଳାଖେମୁଣ୍ଡିର ସ୍ଥାନିୟ ବାସିନ୍ଦା ରଞ୍ଜିତ ମହାପାତ୍ର ଲିଖିତ ଆକାରରେ ଅଭିଯୋଗ ପତ୍ର ଦେଇଥିଲେ। ଏହାପରେ ଜିଲ୍ଲାପାଳ ପୌରପରିଷଦକୁ ସଙ୍ଗେ ସଙ୍ଗେ ଜଣେଇ ଥିଲେ। ପୌରପରିଷଦ ଏହି କାମକୁ ସାତ ଦିନରେ କରିବ ବୋଲି କହି ଆଜକୁ ପ୍ରାୟ ୨୦ ଦିନ ବିତିଗଲା ପରେ ମଧ୍ୟ ସଫା କରିଲା ନାହିଁ। ଶେଷରେ ବାଧ୍ୟହୋଇ ରଞ୍ଜିତ ମହାପାତ୍ର ନିଜ ପଇସା ଖର୍ଚ୍ଚ କରି ନଦୀ ତୁଠ ସଫା କରୁଛନ୍ତି। ରଞ୍ଜିତ ମହାପାତ୍ର ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ସମ୍ମୁଖରେ ରାସ୍ତା କଡରେ ଜୁସ୍ ବିକ୍ରି କରନ୍ତି। ସେ ପେସାରେ କାନେ ଛୋଟ ସୁସ୍ ବ୍ୟବସାୟୀ ଗରିବ ମଣିଷ ଟିଏ ମାତ୍ର ତାଙ୍କ ହୃଦୟ ବହୁତ ବଡ଼। ଆଜିକୁ ବାର ବର୍ଷ ହେବ ଏଭଳି ସମାଜ ସେବା କରି ଆସୁଛନ୍ତି ରଞ୍ଜିତ ମହାପାତ୍ର।