ପୁରୀ : ଚିକିତ୍ସାଧୀନ ଅବସ୍ଥାରେ ଜଣେ ହବିଷ୍ୟାଳୀଙ୍କ ମୃତ୍ୟୁ। ମୃତ ହବିଷ୍ୟାଳି ହେଉଛନ୍ତି କଣାସ ବ୍ଲକ ଅଧୀନ ବେଏଣ୍ଟା ଗ୍ରାମର ରତ୍ନମଣୀ ମଙ୍ଗରାଜ। ତେବେ କାର୍ତ୍ତିକ ମାସ ଆରମ୍ଭ ହେବା ଠାରୁ ପୁରୀର ବୃନ୍ଦାବତୀ ଭକ୍ତ ନିବାସରେ ରହି କାର୍ତ୍ତିକ ବତ୍ର କରୁଥିବା ରତ୍ନମଣୀ ଅସୁସ୍ଥ ହୋଇପଡିବାରୁ ତାଙ୍କର ଚିକିତ୍ସା ଚାଲିଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ଶନିବାର ସକାଳ ସମୟରେ ରତ୍ନମଣୀ ବ୍ରତ କରିବା ସମୟରେ ହଠାତ ଅସୁସ୍ଥ ହୋଇପଡିଥିଲେ। ଅସୁସ୍ଥତା କାରଣରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଦୁର୍ବଳ ଅନୁଭବ କରିବା ସହିତ ପେଟ ଓ ଛାତି ଯନ୍ତ୍ରଣା ହେଉଥିବା କହିଥିଲେ। ତାଙ୍କର ପେଟରେ ଯନ୍ତ୍ରଣା ହେବା ସହ ବାନ୍ତି ମଧ୍ୟ ହେଉଥିଲା। ଠିକ ରାତି ପ୍ରାୟ ୮ ଟା ସମୟରେ ତାଙ୍କ ସ୍ବାସ୍ଥ୍ୟ ଅଧିକ ଅସୁସ୍ଥ ହେବାରୁ ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦିଆଯାଇଥିଲା। ହେଲେ ଚିକିତ୍ସା ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।