ଭୁୁବନେଶ୍ୱର: ବାତ୍ୟାରେ ଜିରୋ କାଜୁଆଲିଟି ବଜାୟ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୃତଜ୍ଞତା ଜଣାଇଛନ୍ତି । ବାତ୍ୟାର ସଫଳ ମୁକାବିଲା ପାଇଁ ସେ ମନ୍ତ୍ରିପରିଷଦ, ସାଂସଦ, ବିଧାୟକ, ପ୍ରଶାସନିକ ଅଧିକାରୀଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି । ଲୋକଙ୍କୁ ସୁରକ୍ଷିତ ରଖି ସେବା ପ୍ରଦାନ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ । ଏହା ସହିତ ଥଇଥାନ ଓ କ୍ଷୟକ୍ଷତି ଆକଳନ ପାଇଁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।
ଅନ୍ୟପଟେ କାର୍ଯ୍ୟରେ ଅବହେଳା ନେଇ ମୋହନ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି । ବାତ୍ୟା କାର୍ୟ୍ୟ ରତ ଥିବା ୪ ଜଣ ସରକାରୀ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ଏ ନେଇ ରାଜସ୍ୱ ଓ ବିପର୍ୟ୍ୟଛୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ସୂଚନା ଦେଇଥିଲେ। ଏଥିସହ ଭଲ କାମ କରିଥିବା ଲୋକଙ୍କୁ ପୁରସ୍କୃତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମଧ୍ୟ କହିଥିଲେ ।
ବାତ୍ୟା ସମୟରେ ଜନତାଙ୍କ କଟୁ କଥା କହିଥିବାରୁ ୪ ଜଣଙ୍କୁ ନିଲମ୍ବନ କରାଯାଇଛି । ୩ ଜଣ ପିଇଓ ଏବଂ ଜଣେ ଆରଆଇଙ୍କୁ ନିଲମ୍ବିନ କରାଯାଇଥିବା ନେଇ ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ସୂଚନା ଦେଇଛନ୍ତି । ବିପର୍ୟ୍ୟିୟ ସମୟରେ ସେବାରେ ଖିଲାପକାରୀଙ୍କୁ ଛଡ଼ା ଯିବନି ବୋଲି ଚେତାବନୀ ଦେଇଛନ୍ତି । ସେମାନଙ୍କୁ କ୍ଷମା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।
ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ଯେ, ଜିଲ୍ଲାସ୍ତରରୁ ଏବେ ଚାଷଜମି ପ୍ରଭାବିତ ହେବାର ପ୍ରାକ୍ ଆକଳନ ଆଇଏଷ୍ଟିମେଟ୍ ରିପୋର୍ଟ ଆସିଛି । ବର୍ଷା କମିବା ପରେ ଅଫିସରମାନେ ଗ୍ରାଉଣ୍ଡକୁ ଯାଇ କ୍ଷୟକ୍ଷତିର ଆକଳନ କରି ଜିଓ ଟ୍ୟାଗିଂ ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହି ରିପୋର୍ଟକୁ ଆଧାର କରି ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟା ଳୟ,ଏସଆରସି ଓ କୃଷି ବିଭାଗ ଆବଶ୍ୟକ ନିଷ୍ପତ୍ତି ନେବେ । ଚାଷୀମାନଙ୍କର ଯାହା ଅଧିକାର ସେମାନେ ନିଶ୍ଚିତ ପାଇବେ ଓ ସେମାନଙ୍କୁ ତାହା ଯୋଗାଇଦେବାକୁ ସରକାର ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛନ୍ତି ବୋଲି ସିଂହଦେଓ କହିଛନ୍ତି ।