ନୂଆଦିଲ୍ଲୀ: ଭାରତୀୟ ଦଳର ତାରକା ବ୍ୟାଟର ବିରାଟ କୋହଲି ଦୁନିଆର କିଙ୍ଗ କୋହଲି ନାମରେ ପ୍ରସିଦ୍ଧ । କୋହଲିଙ୍କୁ ଏହି କିଙ୍ଗ ଟ୍ୟାଗ ତାଙ୍କର ଚମତ୍କାର ବ୍ୟାଟିଂ ଓ କ୍ୟାରିୟରରେ ହାସଲ କରିଥିବା ଉପଲବ୍ଧି ଯୋଗୁଁ ମିଳିଛି । ବିରାଟ ନିଜ କ୍ୟାରିୟରରେ ସେହି ଉପଲବ୍ଧି ହାସଲ କରିଛନ୍ତି ଯାହା ଜଣେ ଯୁବ ବ୍ୟାଟର ନିଜ କ୍ୟାରିୟର ଆରମ୍ଭରେ ତାହା ସବୁ ଚିନ୍ତା କରିଥାନ୍ତି । ତେବେ ପ୍ରତ୍ୟେକ ବ୍ୟାଟରଙ୍କ ପରି ବିରାଟ କୋହଲିଙ୍କ କ୍ୟାରିୟରେ ମଧ୍ୟ ଉତଥାନ ପତନ ଆସିଛି । ପ୍ରଶଂସକଙ୍କୁ ଲାଗିଥିଲା ଯେ, କୋଭିଡ ୧୯ ପରେ ବିରାଟ କୋହଲି ୨୦୨୦, ୨୦୨୧ ଓ ୨୦୨୨ରେ ନିଜ କ୍ୟାରିୟରର ସବୁଠୁ ଖରାପ ଫର୍ମ ଦେଇ ଗତି କରିଛନ୍ତି । ମାତ୍ର ତଥ୍ୟ ଉପରେ ନଜର ପକାଇଲେ ଲାଗୁଛି ୨୦୨୪ ହିଁ ତାଙ୍କ କ୍ୟାରିୟରର ସବୁଠୁ ଖରାପ ବର୍ଷ ।
ଚଳିତ ବର୍ଷ ବିରାଟ କୋହଲି ଟି-୨୦ ବିଶ୍ୱକପ ଫାଇନାଲରେ ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ ହେଁ ତାଙ୍କର ବ୍ୟାଟିଂ ହାର ୨୦୨୪ରେ ତାଙ୍କ ପଦାର୍ପଣ ବର୍ଷଠୁ ମଧ୍ୟ ଖରାପ ରହିଛି । ବିରାଟ କୋହଲି ୨୦୦୮ରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ସେହି ବର୍ଷ ସେ ୩୧.୦୮ ହାରରେ ୧୫୯ ରନ କରିଥିଲେ । ମାତ୍ର ଚଳିତ ବର୍ଷ ସେ ୧୮ ମ୍ୟାଚ୍ ଖେଳି ସାରିଛନ୍ତି । ଏଥିରେ ତାଙ୍କ ବ୍ୟାଟରୁ ୨୧.୯୫ ହାରରେ ମାତ୍ର ୪୮୩ ରନ ଆସିଛି । ଚଳିତ ବର୍ଷ ସରିବାକୁ ଆଉ ଦୁଇ ମାସ ସମୟ ବାକି ରହିଛି । ଏଥିରେ କୋହଲିଙ୍କୁ ଆଉ ୫ଟି ଟେଷ୍ଟ ଖେଳିବାର ସୁଯୋଗ ମିଳିବ । ଆଶା କରାଯାଉଛି ସେ ଆଗାମୀ ମ୍ୟାଚରେ ଭଲ ପ୍ରଦର୍ଶନ କରି ନିଜର ଏହି ଖରାପ ରେକର୍ଡକୁ ସୁଧାରିବାକୁ ଚେଷ୍ଟା କରିବେ ।
ବିରାଟ କୋହଲିଙ୍କ ବ୍ୟାଟରୁ ଚଳିତ ବର୍ଷ ଶତକଟିଏ ବି ଆସିନାହିଁ । ୨୦୦୮, ୨୦୨୦ ଓ ୨୦୨୧ ପରେ ୨୦୨୪ ହେଉଛି ଚତୁର୍ଥ ବର୍ଷ ଯେଉଁଠି ବିରାଟ କୋହଲିଙ୍କ ବ୍ୟାଟରୁ ଶତକଟିଏ ବାହାରି ନାହିଁ । ୨୦୨୩ରେ କୋହଲି ୮ ଶତକ ହାସଲ କରିଥିଲେ ।
ବ୍ୟାଟିଂ ହାର ହିସାବରେ କୋହଲିଙ୍କ ପାଇଁ ସବୁଠୁ ଶ୍ରେଷ୍ଠ ବର୍ଷ ୨୦୧୬ ଥିଲା । ସେହି ବର୍ଷ ସେ ୮୬.୫୦ ହାରରେ ୨୫୯୫ ରନ କରିଥିଲେ । ଏହା ବ୍ୟତୀତ ୨୦୧୭ରେ ତାଙ୍କ ବ୍ୟାଟିଂ ହାର ୬୮.୭୩, ୨୦୧୮ରେ ୬୮.୩୭ ଓ ୨୦୧୯ରେ ୬୪.୬୦ ପ୍ରତିଶତ ରହିଥିଲା ।
୨୦୦୮ରୁ ୨୦୨୪ ପର୍ଯ୍ୟନ୍ତ ବିରାଟ କୋହଲିଙ୍କ ପ୍ରତ୍ୟେକ ବର୍ଷର ବ୍ୟାଟିଂ ହାର
୨୦୦୮- ୩୧.୮
୨୦୦୯- ୫୪.୧୬
୨୦୧୦- ୪୮.୬୧
୨୦୧୧- ୩୯.୧୪
୨୦୧୨- ୫୩.୩୧
୨୦୧୩- ୫୩.୧୩
୨୦୧୪- ୫୫.୭୫
୨୦୧୫- ୩୮.୪୪
୨୦୧୬- ୮୬.୫୦
୨୦୧୭- ୬୮.୭୩
୨୦୧୮- ୬୮.୩୭
୨୦୧୯- ୬୪.୬
୨୦୨୦- ୩୬.୬
୨୦୨୧- ୩୭.୦୭
୨୦୨୨- ୩୮.୫୧
୨୦୨୩- ୬୬.୦୬
୨୦୨୪- ୨୧.୯୫