ଭୁବନେଶ୍ୱର: ଶନିବାର ଭୁବନେଶ୍ୱର ବିମାନବନ୍ଦର ଡମ୍ପିଂ ୟାର୍ଡ ନିକଟରେଏକ କଳରାପତରିଆ ବାଘ ବୁଲୁଥିବାର ସୂଚନା ମିଳିଥିଲା । କିନ୍ତୁ ଏହା ଗୁଜବ ବୋଲି ବନବିଭାଗ ପ୍ରମାଣ କରିଛି । ଏହା କଲରାପତରିଆ ବାଘ ନୁହେଁ, ବଣଭୂଆଁ ନେଇ ସ୍ପଷ୍ଟ କରିଛି ବନ ବିଭାଗ । ରବିବାର ସେଠାରେ ଏକ ବଣଭୂଆଁ ଦେଖିବାକୁ ମିଳିଥିଲା । ବଣଭୂଆଁକୁ କାବୁ କରିନାହାନ୍ତି ବନବିଭାଗ । କାବୁ କରିବା ପାଇଁ ଚେଷ୍ଟା ଜାରି ରହିଛି ।
କଳରାପତରିଆ ବାଘ ବୁଲୁଥିବାର ଦୁଇ ଜଣ ସ୍ତ୍ରୀ ଲୋକ ଦେଖିଥିଲେ। ଏହାପରେ ତୁରନ୍ତ ବନବିଭାଗକୁ ଖବର ଦେଇଥିଲେ । ଏହି ଖବର ସାରା ଅଂଚଳରେ ଆତଙ୍କ ଖେଳାଇଦେଇଥିଲା । ଏ ସମ୍ପର୍କୀତ ଖବର ପାଇ ଏୟାରଫିଲଡ ଥାନା ପୋଲିସ ଓ ବନ ବିଭାଗ କର୍ମଚାରୀ ମାନେ ମାନେ ପହଞ୍ଚି ବାଘର ଗତିବିଧି ଉପରେ ନଜର ରଖିଥିଲେ । ବନ ବିଭାଗ ପ୍ଲାଷ୍ଟିକ ଜାଲ ଆଣି ବାଘକୁ ଧରିବାକୁ ଉଦ୍ୟମ କରିଥିଲେ । ତାହା ଆଜି ଗୁଜବ ବୋଲି ପ୍ରମାଣିତ ହୋଇଛି ।