ସମ୍ବଲପୁର : ଅକ୍ଟୋବର ୫ ରୁ ୧୧ ତାରିଖ ପର୍ଯ୍ୟନ୍ତ ଗଲଗୋଟିଆସ୍ ବିଶ୍ବବିଦ୍ୟାଳୟ ଗ୍ରେଟର ନୋଇଡାରେ ଆୟୋଜିତ ହୋଇଥିବା ଫର୍ମୁଲା ଇମ୍ପେରିଆଲ୍ ୨୦୨୪ ର ତୃତୀୟ ସ୍ଥାନ ଅଧିକାର କଲା ବୁର୍ଲା ଭିସୁଟର ଟିମ୍ ବୀର ରେସର୍ସ ଇଲେକ୍ଟ୍ରିକ। ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟରୁ ୩୦ଟି ଟିମ୍ ଭାଗ ନେଇଥିଲେ। ତେବେ ଏଥିରେ ଓଡିଶାର ଏକମାତ୍ର ଟିମ୍ ଭାବରେ ବୁର୍ଲା ଭିସୁଟ ବୀର ରିସର୍ଚ୍ଚ ଇଲେକ୍ଟ୍ରିକ୍ ଟିମ୍ ଭାଗ ନେଇ ସଫଳତା ପାଇଛନ୍ତି। ଟିମ୍ ବୀର ରେସର୍ସ ଇଲେକ୍ଟ୍ରିକ ଗର୍ବର ସହିତ ଫର୍ମୁଲା ଇମ୍ପେରିଆଲ୍ ୨୦୨୪ ରେ ବୈଦ୍ୟୁତିକ ଯାନ ଶ୍ରେଣୀରେ ତୃତୀୟ ସ୍ଥାନ ହାସଲ କରିଛି।
ଏହି ପ୍ରତିଯୋଗିତାରେ ବିଭିନ୍ନ ପ୍ରକାର ଚ୍ୟାଲେଞ୍ଜ ଗୁଡିକ ରହିଥିଲା। ଯାହା ମଧ୍ୟରେ ଟେକନିକାଲ୍ ଇନ୍ସପେକ୍ସନ୍, ବ୍ରେକିଂ ଟେଷ୍ଟ୍, ଆକ୍ସଲେରେସନ୍ ରନ ଆଦି ସାମିଲ ଥିଲା। ପ୍ରତ୍ୟେକ ପର୍ଯ୍ୟାୟରେ ଯାନଗୁଡିକର ବାସ୍ତବିକ ପ୍ରଦର୍ଶନ ଏବଂ ଦଳର ସ୍ଥିର ଓ ଉଚ୍ଚ କ୍ଷମତାସମ୍ପନ୍ନ ସମାଧାନ ଦେବାକୁ ସମର୍ଥ ଥିବା ଦକ୍ଷତା ପରୀକ୍ଷା କରାଗଲା। ଏଥିରେ ଟିମ୍ ବୀର ରେସର୍ସ ଇଲେକ୍ଟ୍ରିକ୍ ତାଙ୍କର ଯାନର ପ୍ରଦର୍ଶନ ଏବଂ ସୁସ୍ଥାୟୀ ଯାନଚାଳନର ପ୍ରତିବଦ୍ଧତାକୁ ଦର୍ଶାଇଥିଲେ। ଏକ ଉଚ୍ଚ ପ୍ରତିଯୋଗୀତାପୂର୍ଣ୍ଣ ପରିବେଶରେ ଅନ୍ୟମାନଙ୍କ ମଧ୍ୟରେ ଟିମ ଭିର ରେଶର୍ସ ସଫଳତା ପାଇଥିଲେ। ଏହି ସଫଳତା କେବଳ ଟିମର ବୈଷୟିକ ଦକ୍ଷତାକୁ ଉଦ୍ଭାସିତ କରିନାହିଁ ବରଂ ଭବିଷ୍ୟତର ବୈଦ୍ୟୁତିକ ଯାନ ଦୃଷ୍ଟିକୋଣକୁ ମଧ୍ୟ ପ୍ରକାଶ କରିଛି।