କନ୍ଧମାଳ: ସ୍ତ୍ରୀ ହନ୍ତା ସାଜିଲା ସ୍ୱାମୀ । ମାରଣାସ୍ତ୍ରରେ ସ୍ତ୍ରୀକୁ ନିର୍ମମ ଭାବରେ ହତ୍ୟା କଲା ସ୍ୱାମୀ । ଏପରି ଏକ ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ନୂଆମୁଣ୍ଡା ଗାଁରେ ଘଟିଛି । ଟଙ୍କା ପାଇଁ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ । ଅଭିଯୁକ୍ତ ସ୍ୱାମୀ ଚନ୍ଦ୍ରକାନ୍ତ ବେହେରା ଦଳାଇ ।
ସୂଚନା ଅନୁସାରେ, ନୂଆମୁଣ୍ଡା ଗାଁର ସ୍ୱାମୀ ଚନ୍ଦ୍ରକାନ୍ତ ବେହେରା ଦଳାଇ ସ୍ତ୍ରୀ ମଧୁବତିଙ୍କୁ କୌଣସି କାରଣ ପାଇଁ ଟଙ୍କା ମାଗିଥିଲେ । ସ୍ତ୍ରୀ ମଧୁବତି ଟଙ୍କା ନ ଦେବାରୁ ସ୍ୱାମୀ ଚନ୍ଦ୍ରକାନ୍ତ ସ୍ତ୍ରୀ ସହିତ ଝଗଡା କରିଥିଲେ । ଧୀରେ ଧୀରେ ଏହା ବଚସାରେ ପରିଣତ ହୋଇଥିଲେ । ସ୍ୱାମୀ ଚନ୍ଦ୍ରକାନ୍ତ ଏହି ସମୟରେ ସ୍ତ୍ରୀକୁ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିଲେ । ପୁଅ ସିପୁନ ଘରେ ପହଞ୍ଚି ଦେଖିଲାବେଳକୁ ମା'ଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ଖବର ତୁମୁଡ଼ିବନ୍ଧ ପୋଲିସ ପାଇ, ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଅଭିଯୁକ୍ତ ସ୍ୱାମୀ ଚନ୍ଦ୍ରକାନ୍ତ ବେହେରା ଦଳାଇକୁ ପୋଲିସ ଅଟକ ରଖି ଘଟଣାସମ୍ପର୍କରେ ପଚରାଉଚରା କରୁଛି ।