ଭୁୁବନେଶ୍ୱର: ଅମାନିଆ ହେବେ ସାବାଡ । ନୂଆ ଯୋଜନା ଲାଗୁ କରିବାକୁ ଯାଉଛି କମିଶନରେଟ ପୋଲିସ । ଏବେ ପୋଲିସ ପିନ୍ଧିବେ ବଡି କ୍ୟାମେରା । ଏଥିରେ ଥାନାରେ ଉତ୍ପାତ କରୁଥିବା ଲୋକଙ୍କ ଅଡିଓ ଓ ଭିଡିଓ ରେକର୍ଡ ହେବ । ଏ ନେଇ ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିଛି କମିଶନରେଟ୍ ପୋଲିସ ।
ଡିଜିପି ସମ୍ମିଳନୀ ପୂର୍ବରୁ ଆକ୍ସନ ମୋଡରେ କମିଶନରେଟ୍ ପୋଲିସ । ଅମାନିଆଙ୍କୁ ସାବାଡ ପାଇଁ କମିଶନରେଟ୍ ପୋଲିସ ନୂଆ ଯୋଜନା ପ୍ରଣୟନ କରିବାକୁ ଯାଉଛି । ଥାନା ରିସେପସନ ଦାୟିତ୍ୱରେ ଥିବା ଅଧିକାରୀ ବଡି କ୍ୟାମେରା ପିନ୍ଧିବେ । ଏଥିରେ ଥାନାରେ ଉତ୍ପାତ କରୁଥିବା ଅମାନିଆଙ୍କ ଅଡିଓ ଓ ଭିଡିଓ ରେକର୍ଡ ହେବ । କେବଳ ଏତଲାକାରୀ ନୁହେଁ ପୋଲିସର ବ୍ୟବହାର ମଧ୍ୟ ରେକର୍ଡ ହେବ । କ୍ୟାମେରାରେ ରେକର୍ଡ ଦୃଶ୍ୟକୁ ସିଧାସଳଖ ଦେଖିବେ ସିପି ଓ ଡିସିପି । ପାନିକ ବଟନ ଦବାଇବା ମାତ୍ରେ ଅଭାବନୀୟ ଘଟଣା ରେକର୍ଡ ହେବ । ଏହି ପାଇଲଟ୍ ପ୍ର୍ରୋଜେକ୍ଟ ଆରମ୍ଭ କରିଛି କମିଶନରେଟ୍ ପୋଲିସ ।
ସୂଚନାଯୋଗ୍ୟ, ନିକଟ ଦିନରେ ଥାନା ଭିତରେ ପୋଲିସ ହେଉ କି ପୁରୁଷ ଅବା ମହିଳା ଅଭିଯୋଗ । ଏମାନଙ୍କ ବ୍ୟବହାର ବେଶ ବିବ୍ରତ କରିବା ଭଳି ରହିଥିଲା । ଏହାର ଅନେକ ଦୃଶ୍ୟ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା । ବିଶେଷ କରି ଭରତପୁର ଥାନା ଘଟଣା ପୋଲିସ ଛବିକୁ ମଳିନ କରିଥିଲା । ଏପରିକି ଜଣେ ମହିଳା ଖଣ୍ଡଗିରି ଥାନାରେ ପୋଲିସ ସହ ଆଶାଳୀନ ବ୍ୟବହାର କରୁଥିବ ଦେଖିବାକୁ ମିଳିଥିଲା । ଏହାକୁ ଦୃଷ୍ଟିରେ ରଖି ଏବଂ ଏମିତି ଘଟଣାକୁ ରୋକିବା ପାଇଁ କମିଶନରେଟ୍ ପୋଲିସ ଉପରୋକ୍ତ ପଦକ୍ଷେପ ଗ୍ରହଣ କରିଛି ।