ଢେଙ୍କାନାଳ: ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅଁଳାବେରେଣୀ ଗାଁରେ କୂଅରେ ପଡି ଗୋଟିଏ ହରିଣର ମୃତ୍ୟୁ ହୋଇଛି । ହରିଣଟିର ବୟସ ପ୍ରାୟ ୫ବର୍ଷ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଖାଦ୍ୟ ଅନ୍ବେଷଣରେ ହରିଣଟି ଆସି କୂଅରେ ପଡି ଯାଇଥିଲା । ଏ ଖବର ବନବିଭାଗ ପାଇବା ପରେ କୂଅ ଭିତରୁ ହରିଣଙ୍କୁ ଉଦ୍ଧାର କରିଥିଲେ । ସେତେବେଳେକୁ ହରିଣର ମୃତ୍ୟୁ ହୋଇଯାଇଥିଲା । ବନ ବିଭାଗ ଏ ସମ୍ପର୍କରେ ଅଧିକ ତଦନ୍ତ ଜାରି କରିଛି ।