ଭୁବନେଶ୍ୱର : ରାଜ୍ୟରେ ଆଉ ବିଶେଷ ବର୍ଷା ସମ୍ଭାବନା ନାହିଁ । କାଁ ଭାଁ କୌଣସି ସ୍ଥାନରେ ବର୍ଷା ହୋଇପାରେ । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ପାଗ ପ୍ରାୟତଃ ଶୁଖିଲା ରହିବ । ଏନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଜାରିକରିଛନ୍ତି । ବାତ୍ୟା ‘ଦାନା’ ଦୁର୍ବଳ ହେବା ପରେ ସ୍ପଷ୍ଟ ଚିହ୍ନଟ ଲଘୁଚାପ ଅବସ୍ଥାରେ ଉତ୍ତର ଓଡ଼ିଶା ଉପରେରହିଛି । ଆଜି ସୁଦ୍ଧା ଏହା ବାୟୁମଣ୍ଡଳରେ ମିଳେଇ ଯିବ । ଏହାର ଆଉ ପ୍ରଭାବ ରହିବନି । ଆଜିଠୁୁ ପାଗ ପ୍ରାୟତଃ ଫିଟିଯିବ । ଉତ୍ତର ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ହାଲୁକାରୁ ସ୍ପଳ୍ପ ବର୍ଷା ହୋଇପାରେ । ସୋମବାର କାଁ ଭାଁ ବର୍ଷା ହେବାର ସମ୍ଭାବନା ରହିଛି । ୨୯, ୩୦,୩୧ ତାରିଖରେ ଏଭଳି ପାଗ ରହିପାରେ ।
ତେବେ ବାତ୍ୟା ‘ଦାନା’ ପ୍ରଭାବ ଯୋଗୁ ଶନିବାର ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମେଘୁଆ ଥିଲା । ପ୍ରାୟତଃ ଦିନ ତାପମାତ୍ରା ୨୭-୨୮ ଡିଗ୍ରୀ ସେଲସିୟସ୍ ରହିଥିଲା । ଦକ୍ଷିଣ ଓଡ଼ିଶାରେ ପାରଦ ୩୦ ଟପିଥିଲା ବେଳେ ରାତି ତାପମାତ୍ରା ବି କମିଛି । ଫୁଲବାଣୀରେ ରାତି ତାପମାତ୍ରା ୧୭.୫ ଡିଗ୍ରୀ ସେଲସିୟସ୍, କୋରାପୁଟରେ ୧୯.୮, ଢେଙ୍କାନାଳରେ ୧୯.୮, ଅନୁଗୁଳ ୧୯.୬ ଡିଗ୍ରୀ ସେଲସିୟସ୍ ରହିଛି ।
ରବିବାର ସକାଳ ସୁଦ୍ଧା ବାଲେଶ୍ୱରର ଔପଦାରେ ୨୪୦ ମିଲିମିଟର, ଭଦ୍ରକର ଧାମନଗରରେ ୨୧୫, ଖଇରାରେ ୨୦୯, ଭଣ୍ଡାରିପୋଖରୀରେ ୨୦୮, ଚଣ୍ଡିଖୋଲରେ ୭୬, ହାଟଡିହିରେ ୭୫, କେନ୍ଦ୍ରାପଡ଼ାରେ ୭୦, ନିଶ୍ଚିନ୍ତକୋଇଲିରେ ୭୨ ମିମି ବର୍ଷା ରେକର୍ଡ ହୋଇଥିଲା । ଆସନ୍ତା କାଲିଠାରୁ ବର୍ଷା ପ୍ରକୋପ କମିଛି ।