ଭଦ୍ରକ : ପାଣିରେ ବୁଡି ନିଖୋଜ ହେଲେ ଯୁବକ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୁସୁରୀ ପଞ୍ଚାୟତର ବ୍ରାହ୍ମଣୀପାଳ ପଣ୍ଡାପାଟଣା ଗ୍ରାମର ପ୍ରଶାନ୍ତ ପଣ୍ଡାଙ୍କ ୨୦ ବର୍ଷୀୟ ପୁଅ ରୁଦ୍ର ପଣ୍ଡା ନିକଟ ଗେଙ୍ଗୁଟି ନଦୀର ଶାଖା କଣ୍ଡିଆ ନାଳରେ ଗାଧୋଉଥିବା ସମୟରେ ନିଖୋଜ ଅଛନ୍ତି। ଖବର ପାଇ ଘଟଣା ସ୍ଥଳରେ ଧାମନଗର ଦମକଳ ବାହୀନି ପହଞ୍ଚି ଖୋଜା ଖୋଜି ଜାରି ରଖିଛନ୍ତି ।
ସୂଚନା ଅନୁଯାୟୀ ଆଜି ରୁଦ୍ରଙ୍କ ଜେଜେଙ୍କ ମୃତ୍ୟର ୧୨ ଦିନ ବା ଦ୍ୱାଦଶ କ୍ରିୟା ଥିଲା। ପଡୋଶୀ ମାନଙ୍କ ପାଇଁ ଭୋଜି ଭାତର ଆୟୋଜନ ହୋଇଥିବାରୁ ରୁଦ୍ର ନିକଟ କଣ୍ଡିଆ ନାଳରେ ସାଙ୍ଗଙ୍କ ସହିତ ଗାଧୋଉଥିଲେ। ତେବେ ଗୋଡ଼ ଖସିଯିବାରୁ ସେ ବୁଡି ଯାଇଥିଲେ। ତେବେ ଏହା ଦେଖି ସାଙ୍ଗ ମାନେ ସମସ୍ତଙ୍କୁ ଡାକ ପକାଇଥିଲେ। ଶେଷ ଖବର ସୁଦ୍ଧା ଘଟଣା ସ୍ଥଳରେ ଧୁସୁରୀ ପୋଲିସ ଓ ଧାମନଗର ଦମକଳ ବାହିନୀ ପହଞ୍ଚି ନିଖୋଜ ଯୁବକକୁ ଖୋଜାଖୋଜି ଜାରି ରଖିଥିଲେ । ଘଟଣାପରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।