ଭୁୁବନେଶ୍ୱର: କେନ୍ଦ୍ରକୁ ଡେପୁଟେସନରେ ଯିବେ ରାଜ୍ୟ ପଞ୍ଚାୟତିରାଜ ସଚିବ ୧୯୯୫ ବ୍ୟାଚ୍ ଆଇଏଏସ୍ ସୁଶୀଲ କୁମାର ଲୋହାନୀ । ସେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ଭାବେ କାର୍ୟ୍ୟଜ କରିବେ । ଅନ୍ୟପଟେ ୨୦୦୨ ବ୍ୟାଚ୍ ଆଇଏଏସ୍ ଏସଏନ ଗିରିଶ କେନ୍ଦ୍ରୀୟ ଡେପୁଟେସନରୁ ଫେରି ଓଡ଼ିଶା କ୍ୟାଡ଼ରରେ ଯୋଗ ଦେଇଛନ୍ତି । ତେବେ ତାଙ୍କୁ ଏ ପର୍ଯ୍ୟନ୍ତ କୌଣସି ଦାୟିତ୍ୱ ମିଳିନଥିବା ଜଣାପଡ଼ିଛି ।
ଆଜି ନିଯୁକ୍ତି ସଂକ୍ରାନ୍ତୀୟ କେନ୍ଦ୍ର କ୍ୟାବିନେଟ କମିଟି ଦ୍ୱାରା ୧୯୯୫ ବ୍ୟାଚ୍ ଆଇଏଏସ୍ ସୁଶୀଲ କୁମାର ଲୋହାନୀଙ୍କୁ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଲୋହାନୀ ଏବେ ରାଜ୍ୟ ପଞ୍ଚାୟତିରାଜ ଓ ଅବକାରୀ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ସେ ନଭେମ୍ବର ପ୍ରଥମ ସପ୍ତାହରେ କେନ୍ଦ୍ରକୁ ଡେପୁଟେସନରେ ଯିବେ ବୋଲି ଜଣାପଡ଼ିଛି ।