ଯାଜପୁର : ନେଉଳ ଦେଖେଇବାକୁ ନେଇ ୮ବର୍ଷ ନାବାଳିକାକୁ ଦୁଷ୍କର୍ମ। ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ର ପୁର ରେ ଘଟିଛି ଏକ ଅଭାବନୀୟ ଘଟଣା। ନାବାଳିକାର ସ୍ୱାସ୍ଥ୍ୟ ଖରାପ ଥିବାରୁ କଟକ ଏସସିବି ଗାଇନିଂ ୱାର୍ଡର ଆଇସିୟୁରେ ଭର୍ତ୍ତୀ କରାଯାଇଛି। ତେବେ ଝିଅକୁ ଦୁଷ୍କର୍ମ ହୋଇଥିବା ନେଇ ପରିବାର ଲୋକ ରାମଚନ୍ଦ୍ର ପୁର ଥାନାରେ ଲିଖିତ ଅଭିଯୋଗ କରି ଦୋଷୀକୁ ତୁରନ୍ତ ଦଣ୍ଡ ଦିଆଯାଉ ବୋଲି ଅନୁରୋଧ କରିଛନ୍ତି।
ସୂଚନା ମୁତାବକ, ଗତ ୨୩ ତାରିଖରେ ଅରକ୍ଷିତ ପରିଡା ଘର ପାଖରେ ଥିବା ୮ ବର୍ଷ ର ନାବାଳିକାକୁ ନେଉଳ ଦେଖେଇବା ପାଇଁ ଡାକିଥିଲେ। ଏହାପରେ ନାବାଳିକାକୁ ଦୁଷ୍କର୍ମ କରିବା ସହ ଯଦି କାହାକୁ ଏହି କଥା କହିବୁ ତେବେ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ। ଭୟରେ ଏହି ଘଟଣା ବାବଦରେ ନାବାଳିକା ପରିବାର ଲୋକଙ୍କୁ କିଛି ଜାଣିନଥିଲେ ହେଲେ ନାବାଳିକାର ସ୍ୱାସ୍ଥ୍ୟ ଖରାପ ହେବାରୁ ପରିବାରଲୋକେ ତାଙ୍କୁ ପ୍ରଥମ ଯାଜପୁର ଜିଲ୍ଲା ରାମଚନ୍ଦ୍ର ପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରିଥିଲେ। ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ଡାକ୍ତର କହିବା ପରେ ପରିବାର ଆଗରେ ଝିଅଟି ସମସ୍ତ ଘଟଣା ବାବଦରେ କହିଥିଲେ।
ସେଠାରେ ମଧ୍ୟ ଝିଅଟିର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ କଟକ ଏସସିବି ବଡ଼ ମେଡିକାଲ ରେ ଗାଇନିକ ୱାର୍ଡ ପଠାଇଥିଲେ ବାଲିଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର। ନାବାଳିକାର ସ୍ୱାସ୍ଥ୍ୟ ଖରାପ ଥିବାରୁ କଟକ ଏସସିବି ଗାଇନିଂ ୱାର୍ଡର ଆଇସିୟୁ ରେ ଭର୍ତ୍ତୀ କରାଯାଇଛି। ତେବେ ଝିଅକୁ ଦୁଷ୍କର୍ମ ହୋଇଥିବା ନେଇ ପରିବାର ଲୋକ ରାମଚନ୍ଦ୍ର ପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେଣୁ ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି। ସେପଟେ ପରିବାର ଲୋକ ତୁରନ୍ତ ଦୋଷୀକୁ ଗିରଫ କରି ଫାସୀ ଦଣ୍ଡରେ ଦଣ୍ଡିତ କରନ୍ତୁ ବୋଲି ଦାବୀ କରିଛନ୍ତି।