କେନ୍ଦ୍ରାପଡା : ଚିଙ୍ଗୁଡ଼ି ଘେରି ଭିତରେ ପଶିଲା କୁମ୍ଭୀର। କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଚାଉଳିଆକୋଲ୍ହା ଗାଁ ନିକଟରେ ଥିବା ଏକ ଚିଙ୍ଗୁଡ଼ି ଘେରି ଭିତରକୁ କୁମ୍ଭୀର ପଶି ଆସିଥିବା ଦେଖିବାକୁ ମିଳିଛି। ଚିଙ୍ଗୁଡ଼ି ଘେରିରେ କୁମ୍ଭୀର ପଶିଥିବା ଘେରି ମାଲିକ ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ। ତେବେ ପାଖରେ ଭିତରକନିକା ଅଭୟାରଣ୍ୟକୁ ସଂଯୋଗ ହୋଇଥିବା ବ୍ରହାଣୀ ନଦୀରୁ କୁମ୍ବୀର ଘେରି ଭିତରକୁ ପସି ଆସିଥିବା ଅନୁମାନ କରାଯାଉଛି।