ରାଜ୍ୟରେ ପ୍ରତିଷ୍ଠା ହେବ ଆଉ 10ଟି ବିଜ୍ଞାନ ଗବେଷଣା କେନ୍ଦ୍ର, ଏ ସମ୍ପର୍କରେ ସୂଚନା ଦେଲେ ବିଭାଗୀୟ ମନ୍ତ୍ରୀ ଅଶୋକ ପଣ୍ଡା
Khabar Odisha:Ten-more-science-research-centers-will-be-set-up-in-the-state-departmental-minister-Ashok-Panda-said
ଭୁବନେଶ୍ୱର, ଜୁନ ୦୪ (ଖବର ଓଡ଼ିଶା):

ରାଜ୍ୟରେ ଆଉ ୧୦ଟି ବିଜ୍ଞାନ ଗବେଷଣା କେନ୍ଦ୍ର ଖୋଲିବା ନେଇ ସରକାର ନିଷ୍ପତି ନେଇଥିବା ଜଣାପଡିଛି । ପୂର୍ବରୁ ୧୦ଟି ବିଜ୍ଞାନ ଗବେଷଣା କେନ୍ଦ୍ର ପାଇଁ ସରକାରଙ୍କ ପକ୍ଷରୁ ମଞ୍ଜୁରୀ ମିଳିଥିବାବେଳେ ଏବେ ଆଉ ୧୦ଟି ବିଜ୍ଞାନ କେନ୍ଦ୍ର ଖୋଲାଯିବା ପାଇଁ ନିଷ୍ପତ୍ତି ହୋଇଛି ବୋଲି ରାଜ୍ୟ ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି ।

ନୂତନ ଭାବେ ଖୋଲାଯିବାକୁ ଥିବା ପ୍ରତି କେନ୍ଦ୍ର ପାଇଁ ୭ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବାବେଳେ ପ୍ରତି କେନ୍ଦ୍ର 5 ଏକର ଜାଗାରେ ନିର୍ମାଣ କରାଯିବ ବେଲି ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି । 

  • Tags:

Subscribe

National International State Sports Entertainment