ଉପର ମୁଣ୍ଡରେ ବର୍ଷା: ହୀରାକୁଦ ଜଳ ଭଣ୍ଡାରରୁ ୯ଟି ଗେଟ ଦେଇ ଜଳ ନିଷ୍କାସନ
Khabar Odisha:State-Nine-gates-open-from-Hirakud-dam-due-to-water-level-increased-at-water-reservoir

ଭୁବନେଶ୍ୱର, ସେପ୍ଟେମ୍ବର ୨୩ (ଖବର ଓଡ଼ିଶା): ବିଗତ ୨ ଦିନ ହେବ ମହାନଦୀର ଉପରମୁଣ୍ଡରେ ବର୍ଷା ହୋଇଛି । ଛତିଶଗଡ଼ରେ ମଧ୍ୟ ବର୍ଷା ହୋଇଥିବାରୁ ମହାନଦୀକୁ ବର୍ଷା ଜଳ ପ୍ରବେଶ କରୁଛି । ମହାନଦୀରେ ବର୍ଷା ଜଳ ଆସିବା ଫଳରେ ହୀରାକୁଦ ଜଳଭଣ୍ଡାରରେ ଜଳପତ୍ତନ ବୃଦ୍ଧି ପାଇଛି । ଫଳରେ ଜଳଭଣ୍ଡାରରୁ ୯ଟି ଗେଟ ଖୋଲି ଦିଆଯାଇଛି । ଉପରମୁଣ୍ଡରେ ବର୍ଷା ଲାଗି ରହିଲେ ହୀରାକୁଦ ଡ୍ୟାମରୁ ଆହୁରି ଅଧିକ ଗେଟ ଖୋଲାଯାଇପାରେ ।

ହୀରାକୁଦ ଜଳଭଣ୍ଡାରରେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ୬୨୭.୮୫ ଫୁଟ ଜଳ ଥିଲା । ସେହି ସମୟରେ ଜଳଭଣ୍ଡାରକୁ ୮୭ ହଜାର ୩୭୬ କ୍ୟୁସେକ ପାଣି ପ୍ରବେଶ କରୁଥିବା ବେଳେ ୧ ଲକ୍ଷ ୮୧ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା ।  

ସୂଚନାଯୋଗ୍ୟ, ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ବିଗତ କିଛି ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଛି । ପଶ୍ଚିମ ଓ ଉତ୍ତର ଓଡ଼ିଶାର ଅଧିକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇଛି । ଏହାରି ମଧ୍ୟରେ ଆସନ୍ତା ୨୫ ତାରିଖରୁ ପୁଣି ବର୍ଷା ହୋଇପାରେ ବୋଲି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । 

 

  • Tags:

Subscribe

National International State Sports Entertainment