ଯାଜପୁର: ଦିନକୁ ଦିନ ବଢ଼ିବାରେ ଲାଗିଛି ହଇଜା ଓ ଡାଇରିଆ ସଂକ୍ରମଣ। ତେଣୁ ହଇଜାକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲାର ବରୀ ଅଞ୍ଚଳରେ ୨ ସପ୍ତାହ ଯାଏ ବନ୍ଦ ରହିବ ହୋଟେଲ, ଢାବା, ଜଳଖିଆ, ଫାଷ୍ଟଫୁଡ, ମାଛ ଚିକେନ, ଚାଟ, ଗୁପଚୁପ, ପାଣି ପାଉଚ କାରଖାନା। ସେହିପରି ବିବାହ, ବ୍ରତଘର, ଜନ୍ମଦିନ ତଥା ସମୂହ ଭୋଜିକୁ ବର୍ଜନ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ତେବେ ଯଦି କେହି ବିନା ଅନୁମତିରେ ଦୋକାନ ଖୋଲିଲେ ତେବେ ଆଇନ୍ ଅନୁଯାୟୀ ଦଣ୍ଡିତ ହେବେ। ରାଜ୍ୟ ସ୍ୱାସ୍ଥ୍ୟ,ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଯାଜପୁର ଜିଲ୍ଲା ଗସ୍ତ କରି ସ୍ଥିତିର ସମୀକ୍ଷା କରିଥିଲେ। ସେହିପରି ୧୪ ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ ଯାଜପୁରରେ ପହଞ୍ଚି ଏହାର କାରଣ ଓ ନିରାକରଣ ଦିଗରେ ଅନୁସନ୍ଧାନ ଜାରି ରଖିଛନ୍ତି। ଏହାସହିତ ୨ ସପ୍ତାହ ଯାଏ ସମସ୍ତ ଦୋକାନ ବଜାର ବନ୍ଦ କରିବା ପାଇଁ ନିଷ୍ପତି ହୋଇଛି।