ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ପ୍ରଥମ ଥର ଭାରତ ଓ ପାକିସ୍ତାନ କ୍ରିକେଟ୍ ମଇଦାନରେ ମୁହାଁମୁହିଁ ହେବେ । ମହିଳା ଦିନିକିଆ ବିଶ୍ୱକପ୍ ୨୦୨୫ରେ ଚିର ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ଅକ୍ଟୋବର ୫ରେ କଲୋମ୍ବୋରେ ପରସ୍ପର ସହ ମୁକାବିଲା କରିବେ । ଟୁର୍ଣ୍ଣାମେଣ୍ଟର ଆୟୋଜନ ଭାରତ କରୁଥିବା ପାକିସ୍ତାନ ନିଜର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିବ ।
ସେପ୍ଟେମ୍ବର ୩୦ରେ ବେଙ୍ଗାଲୁରୁରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମହିଳା ବିଶ୍ୱକପର ଉଦଘାଟନୀ ମ୍ୟାଚ୍ ଖେଳାଯିବ । ଫାଇନାଲ୍ ମୁକାବିଲା ନଭେମ୍ବର ୨ରେ ବେଙ୍ଗାଲୁରୁ କିମ୍ବା କଲୋମ୍ବୋରେ ଖେଳାଯିବ । ଯଦି ପାକିସ୍ତାନ ଟିମ୍ ଫାଇନାଲ୍ ପହଞ୍ଚେ ତେବେ ଏହି ମୁକାବିଲା କଲୋମ୍ବୋରେ ଖେଳାଯିବ । ଇଏସପିଏନ କ୍ରିକଇନମ୍ଫୋର ଏକ ରିପୋର୍ଟ ଅନୁଯାୟୀ, ଭାରତ ଓ ପାକିସ୍ତାନର ମହିଳା ଦଳ ଅକ୍ଟୋବର ୫ରେ କଲୋମ୍ବୋର ପ୍ରେମଦାସା ଷ୍ଟାଡିୟମରେ ମୁହାଁମୁହିଁ ହେବେ ।
ଆୟୋଜକ ଭାରତ ସହିତ ବିଶ୍ୱକପରେ ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ସାମିଲ । ରାଉଣ୍ଡ ରବିନ ଫର୍ମାଟ ପରେ ନକଆଉଟ୍ ଷ୍ଟେଜ ଆଧାରରେ ମୁକାବିଲା ଖେଳାଯିବ ।
ବିଶ୍ୱକପରେ ଭାରତୀୟ ଦଳର କ୍ରୀଡାସୂଚୀ
ସେପ୍ଟେମ୍ବର ୩୦- ଭାରତ ବନାମ ଶ୍ରୀଲଙ୍କା, ବେଙ୍ଗାଲୁରୁ, ଅପରାହ୍ଣ ୩ଟା
ଅକ୍ଟୋବର ୦୫- ଭାରତ ବନାମ ପାକିସ୍ତାନ, କଲୋମ୍ବୋ, ଅପରାହ୍ଣ ୩ଟା
ଅକ୍ଟୋବର ୦୯- ଭାରତ ବନାମ ଦକ୍ଷିଣ ଆଫ୍ରିକା, ଭାଇଜାକ, ଅପରାହ୍ଣ ୩ଟା
ଅକ୍ଟୋବର ୧୨- ଭାରତ ବନାମ ଅଷ୍ଟ୍ରେଲିଆ, ଭାଇଜାକ, ଅପରାହ୍ଣ ୩ଟା
ଅକ୍ଟୋବର ୧୯- ଭାରତ ବନାମ ଇଂଲଣ୍ଡ, ଇନ୍ଦୋର, ଅପରାହ୍ଣ ୩ଟା
ଅକ୍ଟୋବର ୨୩- ଭାରତ ବନାମ ନ୍ୟୁଜିଲାଣ୍ଡ, ଗୌହାଟୀ, ଅପରାହ୍ଣ ୩ଟା
ଅକ୍ଟୋବର ୨୬- ଭାରତ ବନାମ ବାଂଲାଦେଶ, ବେଙ୍ଗାଲୁରୁ, ଅପରାହ୍ଣ ୩ଟା