ନୂଆଦିଲ୍ଲୀ: ବିସିସିଆଇ ନ୍ୟୁଜିଲାଣ୍ଡର ଭାରତ ଗସ୍ତର କାର୍ଯ୍ୟସୂଚୀ ଘୋଷଣା କରିଛି । କିୱି ଦଳ ୨୦୨୬ ଆରମ୍ଭରେ ଭାରତ ଗସ୍ତରେ ତିନୋଟି ଦିନିକିଆ ଓ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ । ୨୦୨୫ ଚାମ୍ପିଅନ୍ସ ଟ୍ରଫି ପରେ ଦୁଇ ଦେଶ ମଧ୍ୟରେ ଏହା ପ୍ରଥମ ମୁକାବିଲା ହେବ । ବିରାଟ କୋହଲି ଓ ରୋହିତ ଶର୍ମା ଟି-୨୦ ଓ ଟେଷ୍ଟରୁ ଅବସର ନେଇ ସାରିଥିବା ବେଳେ ଏବେ ଦିନିକିଆରେ ଏହି ଯୋଡିଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଦେଖିବାକୁ ମିଳିବ ।
ନ୍ୟୁଜିଲାଣ୍ଡର ଭାରତ ଗସ୍ତ ଜାନୁଆରୀ ୧୧ରୁ ଦିନିକିଆ ମ୍ୟାଚ୍ ଜରିଆରେ ଆରମ୍ଭ ହେବ । ଜାନୁଆରୀ ୩୧ରେ ଶେଷ ଟି-୨୦ ମ୍ୟାଚ୍ ଖେଳାଯିବ । ଆଗାମୀ ଟି-୨୦ ବିଶ୍ୱକପ୍ ୨୦୨୬କୁ ଦୃଷ୍ଟିରେ ରଖି ଏହି ସିରିଜ୍ ଭ ।ରତ ପାଇଁ ବେଶ ଗୁୁରୁତ୍ୱପୂର୍ଣ୍ଣ ରହିଛି । ୨୦୨୬ ଫେବୃଆରୀ-ମାର୍ଚ୍ଚରେ ଭାରତ ଓ ଶ୍ରୀଲଙ୍କା ଯୁଗ୍ମ ଭାବେ ଟି-୨୦ ବିଶ୍ୱକପର ଆୟୋଜନ କରୁଛନ୍ତି ।
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ଭଦୋଦରାରେ ଖେଳାଯିବ । ୧୫ରୁ ଅଧିକ ବର୍ଷ ପରେ ପ୍ରଥମ ଥର ଏହି ମଇଦାନରେ ଅନ୍ତର୍ଜାତୀୟ ପୁରୁଷ କ୍ରିକେଟ୍ ମ୍ୟାଚ୍ ଖେଳାଯିବ । ଦ୍ୱିତୀୟ ଦିନିକିଆ ଗୁଜରାଟର ରାଜକୋଟରେ ଜାନୁଆରୀ ୧୪ରେ ଖେଳାଯିବ । ଏହା ପରେ ତୃତୀୟ ଦିନିକିଆ ଜାନୁଆରୀ ୧୮ରେ ଇନ୍ଦୋରରେ ଖେଳାଯିବ ।
ଭାରତ-ନ୍ୟୁଜିଲାଣ୍ଡ ସିରିଜର କାର୍ଯ୍ୟସୂଚୀ
ଜାନୁଆରୀ ୧୧- ପ୍ରଥମ ଦିନିକିଆ, ଭଦୋଦରା, ଅପରାହ୍ଣ ୧ଟା ୩୦
ଜାନୁଆରୀ ୧୪- ଦ୍ୱିତୀୟ ଦିନିକିଆ, ରାଜକୋଟ, ଅପରାହ୍ଣ ୧ଟା ୩୦
ଜାନୁଆରୀ ୧୮- ତୃତୀୟ ଦିନିକିଆ, ଇନ୍ଦୋର, ଅପରାହ୍ଣ ୧ଟା ୩୦
ଜାନୁଆରୀ ୨୧- ପ୍ରଥମ ଟି-୨୦, ନାଗପୁର, ସନ୍ଧ୍ୟା ୭ଟା
ଜାନୁଆରୀ ୨୩- ଦ୍ୱିତୀୟ ଟି-୨୦, ରାୟପୁର, ସନ୍ଧ୍ୟା ୭ଟା
ଜାନୁଆରୀ ୨୫- ତୃତୀୟ ଟି-୨୦, ଗୌହାଟୀ, ସନ୍ଧ୍ୟା ୭ଟା
ଜାନୁଆରୀ ୨୮- ଚତୁର୍ଥ ଟି-୨୦, ଭାଇଜାକ, ସନ୍ଧ୍ୟା ୭ଟା
ଜାନୁଆରୀ ୩୧- ପଞ୍ଚମ ଟି-୨୦, ତ୍ରିବେନ୍ଦ୍ରମ, ସନ୍ଧ୍ୟା ୭ଟା