ଲଣ୍ଡନ: ଦକ୍ଷିଣ ଆଫ୍ରିକା ଶନିବାର ଦିନ ଲର୍ଡସର ଐତିହାସିକ କ୍ରିକେଟ୍ ପଡ଼ିଆରେ ଅଷ୍ଟ୍ରେଲିଆକୁ ୫ ୱିକେଟରେ ପରାସ୍ତ କରି ୨୭ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇ ଅନ୍ତର୍ଜାତୀୟ କ୍ରିକେଟ (ଆଇସିସି) ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ୨୦୨୫ର ଟାଇଟଲ ଜିତିଛି। ଏହି ବିଜୟ ସହିତ ଦକ୍ଷିଣ ଆଫ୍ରିକା ୧୯୯୮ ପରେ ପ୍ରଥମ ଥର ପାଇଁ ଆଇସିସି ଟ୍ରଫି ଜିତିଛି। ୨୮୨ ରନର ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ଏଡେନ୍ ମାର୍କରାମ ଙ୍କ ଚମତ୍କାର ଶତକ ଏବଂ ଅଧିନାୟକ ତେମ୍ବା ବାଭୁମାଙ୍କ ଅର୍ଦ୍ଧଶତକ ଆଧାରରେ ମ୍ୟାଚ୍ ଜିତିଛି।
ମ୍ୟାଚ୍ର ଚତୁର୍ଥ ଦିନରେ ଖେଳ ଆରମ୍ଭ ହେବା ସମୟରେ, ଦଳକୁ ବିଜୟ ପାଇଁ ଆହୁରି ୬୯ ରନ ଆବଶ୍ୟକ ଥିଲା। ଯଦିଓ ବାଭୁମା ଶୀଘ୍ର ଆଉଟ୍ ହୋଇଥିଲେ, ମାର୍କରାମ ଦାୟିତ୍ୱ ନେଇଥିଲେ ଏବଂ ଦଳକୁ ବିଜୟର ନିକଟତର କରିଥିଲେ। ଦଳକୁ ବିଜୟ ପାଇଁ ୬ ରନ ଆବଶ୍ୟକ ଥିଲା, ମାର୍କରାମ ଏକ ଐତିହାସିକ ଇନିଂସ ଖେଳି ଆଉଟ୍ ହୋଇଥିଲେ। ମଧ୍ୟାହ୍ନ ଭୋଜନ ବିରତି ପୂର୍ବରୁ, ଭର୍ନେ ମିଚେଲ ଷ୍ଟାର୍କଙ୍କ ବଲରେ ଚୌକା ମାରି ଦକ୍ଷିଣ ଆଫ୍ରିକାକୁ ଟ୍ରଫି ଜିତିଥିଲେ।
ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଟ୍ରଫି ସହିତ, ଦକ୍ଷିଣ ଆଫ୍ରିକାକୁ ୩.୬ ନିୟୁତ ଡଲାର (ପ୍ରାୟ ୩୧.୦୫କୋଟି ଟଙ୍କା ପୁରସ୍କାର ରାଶି ମଧ୍ୟ ମିଳିଛି। ରନର୍ସଅପ୍ ଅଷ୍ଟ୍ରେଲିଆକୁ ୨.୧୬ ନିୟୁତ ଡଲାର (ପ୍ରାୟ ୧୮.୬୩ କୋଟି ଟଙ୍କା) ପୁରସ୍କାର ମିଳିଛି। ତୃତୀୟ ସ୍ଥାନ ଅଧିକାର କରିଥିବା ଦଳ ଭାରତକୁ ୧୨.୪୨ କୋଟି ଟଙ୍କା ପୁରସ୍କାର ମିଳିଛି। ଟେବୁଲର ସବୁଠାରୁ ତଳେ ଥିବା ପାକିସ୍ତାନୀ ଦଳକୁ କେବଳ ୪.୧୪ କୋଟି ଟଙ୍କା ମିଳିଛି। ଏହା ବାଂଲାଦେଶ ଏବଂ ୱେଷ୍ଟଇଣ୍ଡିଜ୍ ଠାରୁ ମଧ୍ୟ କମ୍।
ଦଳଗତ ପୁରସ୍କାର ଟଙ୍କା
- ଦକ୍ଷିଣ ଆଫ୍ରିକା (ବିଜେତା): ୩୧.୦୫ କୋଟି ଟଙ୍କା
- ଅଷ୍ଟ୍ରେଲିଆ (ଉପବିଜେତା): ୧୮.୩୬ କୋଟି ଟଙ୍କା
- ଭାରତ (ତୃତୀୟ ସ୍ଥାନ): ୧୨:୪୨ କୋଟି ଟଙ୍କା
- ନ୍ୟୁଜିଲାଣ୍ଡ (ଚତୁର୍ଥ ସ୍ଥାନ) ୧୦.୩୫ କୋଟି ଟଙ୍କା
- ଇଂଲଣ୍ଡ (ପଞ୍ଚମ ସ୍ଥାନ): ୮.୨୮ କୋଟି ଟଙ୍କା
- ଶ୍ରୀଲଙ୍କା (ଷଷ୍ଠ ସ୍ଥାନ): ୭.୨୪ କୋଟି ଟଙ୍କା
- ବାଂଲାଦେଶ (ସପ୍ତମ ସ୍ଥାନ): ୬.୨୧ କୋଟି ଟଙ୍କା
- ୱେଷ୍ଟଇଣ୍ଡିଜ୍ (ଅଷ୍ଟମ ସ୍ଥାନ): ୫.୧୭ କୋଟି ଟଙକା
- ପାକିସ୍ତାନ (ନବମ ସ୍ଥାନ) ୪.୧୪ କୋଟି
ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଚତୁର୍ଥ ସଂସ୍କରଣ ଜୁନ୍ ୧୭ ତାରିଖରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ ଶ୍ରୀଲଙ୍କା ଏବଂ ବାଂଲାଦେଶ ମଧ୍ୟରେ ଖେଳାଯିବ। ଭାରତୀୟ ଦଳ ଜୁନ୍ ୨୦ ତାରିଖରୁ ଇଂଲଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ। ଜୁନ୍ ୨୫ ତାରିଖରୁ ୱେଷ୍ଟଇଣ୍ଡିଜ୍ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବ। ଚାମ୍ପିଅନ୍ ଦକ୍ଷିଣ ଆଫ୍ରିକା ଅକ୍ଟୋବରରେ ପାକିସ୍ତାନ ବିପକ୍ଷରେ ପ୍ରଥମ ସିରିଜ୍ ଖେଳିବ।
ଅଧିକ ପଢ଼ନ୍ତୁ: କେଦାରଘାଟିରେ ୧୩ଟି ହେଲିକପ୍ ଦୁର୍ଘଟଣା