ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଜୁନ ୨୦ରୁ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ଅଚାନକ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଅଚାନକ ଭାରତ ଫେରି ଆସିଛନ୍ତି । ଶୁଭମନ ଗିଲଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ମଇଦାନକୁ ଓହ୍ଲାଇବ । ରିପୋର୍ଟ ମୁତାବକ ଗୌତମ ଗମ୍ଭୀର ନିଜ ମାଆଙ୍କ ହାର୍ଟଆଟାକ ହେବାରୁ ସ୍ୱଦେଶ ଫେରି ଆସିଛନ୍ତି ।
ଭାରତୀୟ ଦଳର ମୁଖ୍ୟ କୋଚ୍ ଗମ୍ଭୀରଙ୍କ ମାଆ ସୀମା ଗମ୍ଭୀରଙ୍କୁ ଜୁନ ୧୧ରେ ଆର୍ଟହାଟାକ୍ ଆସିଥିଲା । ଏହି କାରଣରୁ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ଇଂଲଣ୍ଡ ଗସ୍ତ ମଝିରେ ଛାଡି ଭାରତ ଆସିବାକୁ ପଡିଛି । ଇଣ୍ଡିଆ ଟୁଡେ ଅନୁଯାୟୀ, ଗମ୍ଭୀର ଜୁନ ୧୭ ତାରିଖ ସୁଦ୍ଧା ପୁଣି ଥରେ ଦଳରେ ଯୋଗ ଦେଇ ପାରନ୍ତି । ଭାରତ ଓ ଇଂଲଣ୍ଡ ମଧ୍ୟରେ ଜୁନ ୨୦ରୁ ପ୍ରଥମ ଟେଷ୍ଟ ଲିଡ୍ସରେ ଖେଲାଯିବ । ଏହା ପରେ ଆଜବେଷ୍ଟନ, ର୍ଡ୍ସ, ଓଲ୍ଡ ଟ୍ରାଫର୍ଡ ଓ ଓଭାଲରେ ଟେଷ୍ଟ ମ୍ୟାଚ୍ ଖେଳାଯିବ ।
ଭାରତୀୟ ଦଳ ଗତ ସପ୍ତାହରେ ଇଂଲଣ୍ଡ ପହଞ୍ଚିଥିଲା । ଏହା ପରେ ଦଳ ପ୍ରସ୍ତୁତିରେ ଜୁଟି ଯାଇଛି । ଏହି ସିରିଜ୍ ୨୦୨୫-୨୭ ଆଇସିସି ଟେଷ୍ଟ ଚାମ୍ପିଅନଶିପ ଚକ୍ର ଅନ୍ତର୍ଗତରେ ଖେଳାଯିବ । ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ଶୁଭମନ ଗିଲଙ୍କୁ ଅଧିନାୟକ ଓ ଋଷଭ ପନ୍ତଙ୍କୁ ଦଳର ଉପ ଅଧିନାୟକ ନିଯୁକ୍ତ କରାଯାଇଛି । ଏହି ସିରିଜରେ ଅଧିକାଂଶ ଯୁବ ଖେଳାଳି ଅଛନ୍ତି । ଦଳର ଲକ୍ଷ୍ୟ ୨୦୦୭ ପରେ ଇଂଲଣ୍ଡ ମାଟିରେ ଭାରତକୁ ଟେଷ୍ଟ ସିରିଜ୍ ଜିତାଇବା ରହିଛି । ଏହି ସିରିଜର ନାଁ ତେନ୍ଦୁଲକର-ଆଣ୍ଡରସନ ରଖାଯାଇଛି ।