ପାରାଦୀପ; କୁକୁର ଘର ଆଗକୁ ଚାଲିଯିବାରୁ ଭୁଲିଗଲେ ହିତାହିତ ଜ୍ଞାନ, ଅମାନୁଷିକ ଭାବରେ ଆଠବର୍ଷର ବାଳୁତକୁ ଅତି ନିଷ୍ଠୁର ଭାବରେ ପିଟି ଚାଲିଲେ l ପିଠିରେ ପଢ଼ିଛି ମାଡ଼ର ଚିହ୍ନ, ଯନ୍ତ୍ରଣା ରେ ଛଟପଟ ହେଉଛି କୁନି ପିଲାଟି l ଏନେଇ ପାରାଦୀପ କିନ୍ନର ସମାଜର ସଭାପତି ରାଧା ସ୍ୱାଇଁ ଅଭୟଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l
ସୂଚନା ଅନୁସାରେ, ରଙ୍ଗିଆଗଡ଼ ରାମଚଣ୍ଡୀ ପଡାରେ ରାଧା ସ୍ୱାଇଁଙ୍କ ନିଜ ଭଉଣୀଙ୍କ ପୁଅକୁ ପାଖରେ ରଖି ପାଠ ପଢ଼ାଉଥିଲେ l ଗତ ପହିଲିରଜ ଦିନ ରାଧା ସ୍ୱାଇଁ ଘରେ ପାଳିଥିବା କୁକୁରଟି ପାଖରେ ଥିବା ଅରୁଣ ମହାନ୍ତିଙ୍କ ଘର ନିକଟକୁ ଚାଲିଯାଇଥିଲା l ରାଧାଙ୍କ ପୁଅ କୁକୁର ଆଣିବାକୁ ଯାଇଥିବା ବେଳେ ଅରୁଣ ମହାନ୍ତି ହଠାତ ପିଲାଟିକୁ ଅସଭ୍ୟ ଭାଷାରେ ଗାଳି, ଗୁଲଜ କରିବା ସହିତ ହଠାତ ପରିବାର ଲୋକଙ୍କ ସହିତ ମିଶି ପିଲାଟିକୁ ଅତି ନୃଶଂସ ଭାବରେ ବାଡ଼ିରେ ପିଟି ଚାଲିଥିଲେ l
ଯାହା ଫଳରେ ପିଲାଟି ଚିତ୍କାର କରୁଥିଲେ ମଧ୍ୟ କିଛି ନ ଶୁଣି ପିଲାଟିକୁ ବାଡେଇ ଚାଲିଥିଲେ l ଯାହାକୁ ନେଇ ରାଧା ସ୍ୱାଇଁ ଗ୍ରାମର ମୁରବି ମାନଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ନ ମିଳିବାରୁ ଅଭୟଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଅଭିଯୋଗ ପାଇବା ପରେ ମଧ୍ୟ ପୋଲିସ ତରଫରୁ କୌଣସି ଆକ୍ସନ ନିଆଯାଇ ନ ଥିବା ଅଭିଯୋଗ ଆଣିବା ସହିତ ଯଦି ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ବିଳମ୍ବ କରେ l ତେବେ ଆଗାମୀ ଦିନରେ ପାରାଦୀପ କିନ୍ନର ସମାଜ ସହିତ ଓଡ଼ିଶାର କିନ୍ନର ସମାଜ ମିଳିତ ଧାରଣାରେ ବସିବାକୁ ଚେତାବନୀ ଦେଇଛନ୍ତି l