କେନ୍ଦ୍ରାପଡା; କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ କୋଳିଡିହ ପଂଚାୟତରେ ଏକ ଅଘଟଣ ଘଟିଯାଇଛି । ଗାଧୋଇବା ବେଳେ ଗାଁର ଜଣେ ମହିଳାଙ୍କୁ କୁମ୍ଭୀର ଟାଣିନେଇଛି । ମୃତ ମହିଳା ଜଣଙ୍କ ତଅଁଳାଡିହା ଗ୍ରାମର କୈଳାଶ ମହାନ୍ତିଙ୍କ ପତ୍ନୀ କାଜଲ ମହାନ୍ତି ବୋଲି ଜଣାପଡିଛି ।
ସୂଚନା ଅନୁସାରେ କାଜଲ ଖରସ୍ରୋତା ନଦୀକୁ ସଂଯୋଗ କରୁଥିବା ପାନିଆ ଯୋରକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ କୁମ୍ଭୀର ତାଙ୍କୁ ଟାଣି ନେଇଯାଇଥିଲା । ତେବେ ଦୀର୍ଘ ସମୟ ହେବ ଘରକୁ ନଫେରିବାରୁ ପରିବାର ଲୋକ ଖୋଜାଖୋଜି କରି ଜୋର ନିକଟକୁ ଆସିଥିଲେ । ଜୋର ନିକଟକୁ ଆସି କାଜଲଙ୍କ କପଡା ଥୁଆ ହୋଇଥିବା ଦେଖିବାକୁ ପାଇଥିଲେ । ଏହାପରେ ଗ୍ରାମବାସୀ ଜୋରରେ ଖୋଜାଖୋଜି ଆରମ୍ଭ କରି ଅଗ୍ନିଶମ ବାହିନୀକୁ ଖବର ଦେଇଥିବା ବେଳେ ଏପର୍ଯ୍ୟନ୍ତ ମହିଳାଙ୍କ ସନ୍ଧାନ ମିଳିନାହିଁ ।