ଭୁବନେଶ୍ୱର : ଆସନ୍ତା ଜୁନ୍ ୨୦ରେ ଓଡିଶା ଆସିବେ ମୋଦୀ। ଅପରାହ୍ନ ୩ଟା ୪୦ରେ ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ମୋଦୀ ପହଞ୍ଚିବେ।ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବରରେ ପହଞ୍ଚିବେ। ବିମାନବନ୍ଦରରୁ ଜନତା ମୈଦାନ ଯାଏଁ ଦିନ ୩ଟା ୪୫ରୁ ୪ଟା ୧୫ ଯାଏଁ ରୋଡ୍ ସୋ'କାର୍ଯ୍ୟକ୍ରମ ହେବ। ଏହାପରେ ଅପରାହ୍ନ ସାଢେ ୫ଟା ଯାଏଁ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ରହିବେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଅନେକ ନୂଆ ଯୋଜନା ଘୋଷଣା କରିବେ । ଏଥିରେ ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନା ବି ଘୋଷଣା ହୋଇପାରେ।
ମୋଦୀଙ୍କ ଗସ୍ତକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଏକ ବର୍ଷର ଉପଲବ୍ଧି ଅନେକ ରହିଛି। ଡବଲ ଇଞ୍ଜିନ ସରକାରଙ୍କ ୟେ ହେଉଛି ବର୍ଷ ପୂର୍ତ୍ତି। କାରଣ ରାଜ୍ୟରେ ବିଜେପି ସରକାରଙ୍କୁ ଏକ ବର୍ଷ କେନ୍ଦ୍ରରେ ମୋଦୀ ସରକାରଙ୍କ ୧୧ ବର୍ଷ ପୂର୍ତ୍ତି। ୧ ଆଉ ୧୧ ମିଶି ୧୧୧ ସ୍ପିଡ ରେ କାମ କରିବ ଡବଲ ଇଞ୍ଜିନ ସରକାର। ଉଭୟ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଲୋକଙ୍କୁ ବିଜେପି ସରକାର କାମର ରିପୋର୍ଟ କାର୍ଡ ଦେବେ।