ରାଜ୍ୟରେ ଜିଲ୍ଲା ପରେ ଜିଲ୍ଲା ଡାଇରିଆ ବ୍ୟାପିବାରେ ଲାଗିଛି । ଦିନକୁ ଦିନ ସ୍ଥିତି ଅଣାୟତ୍ତ ମଧ୍ୟ ହେଉଛି । ଏହି ସ୍ଥିତିରେ ସୁଧାର ଆଣିବା ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ସଂଯୁକ୍ତା ସାହୁ ସୂଚନା ଦେଇଛନ୍ତି । ଏହି ଅଭିଯାନ ଡାଇରିଆ ନିରାକରଣ ପାଇଁ କରାଯାଇଛି । ଯାହା ଦେଢ଼ ମାସ ଧରି ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅଭିଯାନ ମାଧ୍ୟମରେ ଲୋକଙ୍କୁ ORS ଓ ଜିଙ୍କ୍ ଯୋଗାଇବାକୁ ସବସେଣ୍ଟରକୁ ଦିଆଯାଇଛି । ଯାଜପୁର ଜିଲ୍ଲାରେ ମୃତ ରୋଗୀଙ୍କ ନମୂନାରୁ କଲେରା ଭୂତାଣୁ ମିଳିଛି । ଘାତକ ଭାରିଆଣ୍ଟ ଭିବ୍ରିଓ କଲେରା ଚିହ୍ନଟ ହୋଇଛି ବୋଲି ସୂଚନା ମିଳିଛି ।
ସେହିପରି ଆଜି ଢେଙ୍କାନାଳ ଜିଲ୍ଲାରେ ଡାଇରିଆ ସଚେତନତା ରଥର ଶୁଭାରମ୍ଭ କରିଥିଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଡାଇରିଆରେ ପିଡିତ ହେଲେ ନିକଟସ୍ଥ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହେବା ସହ ଉଷୁମ ଖାଦ୍ୟ ଖାଇବା ପରିଷ୍କାର ପରିଛନ୍ନ ରହିବା ଉପରେ ଗୁରୁତ୍ବ ଦେବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ପବ୍ଲିକ କନଫିଡେନ୍ସ ଓ ସଚେତନତା ମାଧ୍ୟମରେ ଏହାକୁ ରୋକାଯାଇ ପାରିବ ବୋଲି ମନ୍ତ୍ରୀ କହିଥିଲେ । ଯେପରି ଖୁବଶୀଘ୍ର ଡାଇରିଆ ସ୍ଥିତିରେ ସୁଧାର ଆସି ପାରିବ ସେନେଇ ମଧ୍ୟ ଯୋଜନା କରାଯାଉଛି । ଡାଇରିଆ ରାଜ୍ୟବାସୀଙ୍କ ଚିନ୍ତାର କାରଣ ପାଲଟିଛି ।