ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମିରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ପୁରୁଷ ବନ୍ଧୁଙ୍କ ସାମ୍ନାରେ ଜଣେ ଯୁବତୀଙ୍କ ସହିତ ଗଣଦୁଷ୍କର୍ମ ହୋଇଛି । ପୁରୁଷ ବନ୍ଧୁଙ୍କ ହାତ ଗୋଡ଼ ବାନ୍ଧି ତାଙ୍କ ସାମ୍ନାରେ ଯୁବତୀଙ୍କ ସହିତ କରାଯାଇଛି ଦୁଷ୍କର୍ମ । ଏ ନେଇ ଗୋପାଳପୁର ଥାନାରେ ଯୁବତୀଙ୍କ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି । ପୋଲିସ ୭ ଯୁବକଙ୍କୁ ଅଟକ ରଖି ଗୋପାଳପୁର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।
ଗତାକାଲି ରାତି ପ୍ରାୟ ୯ଟା ବେଳେ ଯୁବତୀ ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ବୁଲିବାକୁ ଯାଇଥିଲେ । ଏହି ସମୟରେ କିଛି ଯୁବକ ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କ ସହିତ ଗଣଦୁଷ୍କର୍ମ କରିଥିଲେ । ଏ ନେଇ ଯୁବତୀ ଜଣକ ଗୋପାଳପୁର ଥାନାରେ ଅଭିଯୋଗ କରିଥିଲେ । ଯୁବତୀ ଜଣକ କାହାକୁ ଅନ୍ଧାର ଭିତରେ ଚିହ୍ନି ପାରି ନ ଥିଲେ । ତେବେ ଯୁବକମାନେ ହିଞ୍ଜିଳିକାଟୁ ଅଞ୍ଚଳର ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି । ପୋଲିସ ସଂପୃକ୍ତ ଯୁବକମାନଙ୍କୁ ଅଟକ ରଖି ତନାଘନା ଆରମ୍ଭ କରିଛି ।