ନୂଆଦିଲ୍ଲୀ: ଆଜି ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସଂଘର୍ଷର ଚତୁର୍ଥ ଦିନ। ଇସ୍ରାଏଲ ଏବଂ ଇରାନ ଚାରି ଦିନ ଧରି ଲଗାତାର ପରସ୍ପର ଉପରେ ଆକ୍ରମଣ କରି ଚାଲିଛନ୍ତି। ଏହି ଯୁଦ୍ଧରେ ଉଭୟ ଦେଶ ବହୁ କ୍ଷତି ଘଟୁଛି। ଏହି କ୍ରମରେ ଇସ୍ରାଏଲ ପୁଣି ଥରେ ଇରାନ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି। ଏପରିକି ଆକ୍ରମଣରୁ ଗଣମାଧ୍ୟମ କାର୍ଯ୍ୟାଳୟ ବି ବର୍ତ୍ତି ପାରିନି।
ସୂଚନା ଅନୁଯାୟୀ, ଏକ ଇସ୍ରାଏଲୀ କ୍ଷେପଣାସ୍ତ୍ର ଇରାନର ସରକାରୀ ଖବର ପ୍ରସାରଣ କେନ୍ଦ୍ର (ଟିଭି ଷ୍ଟୁଡିଓ)କୁ ଟାର୍ଗେଟ କରିଛି। ଇସ୍ରାଏଲୀ ଆକ୍ରମଣ ପରେ, ସରକାରୀ ଟେଲିଭିଜନ ହଠାତ୍ ସିଧା ପ୍ରସାରଣ ବନ୍ଦ କରିଦେଇଛି। ଇରାନର ଅଧିକାଂଶ ଅଞ୍ଚଳ ଉପରେ ଇସ୍ରାଏଲ କ୍ଷେପଣାସ୍ତ୍ର ମାଡ଼ କରୁଛି। ଏହି ସମୟରେ, ଇସ୍ରାଏଲ ଉପସାଗରୀୟ ଦେଶ ଉପରେ ବାୟୁ ସୀମା ଉପରେ ପ୍ରାଧ୍ୟାନ ବିସ୍ତାର କରିଛି। ଉଭୟ ଦେଶ ପରସ୍ପର ଉପରେ କ୍ଷେପଣାସ୍ତ୍ର ମାଡ଼ କରି ଚାଲିଛନ୍ତି।
ହମଲା ସମୟର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ଆଙ୍କର ଏକ ଲାଇଭ୍ ବୁଲେଟିନ୍ ସମୟରେ ଖବର ପଢୁଥିବା ଦେଖିବାକୁ ମିଳିଛି। ଷ୍ଟୁଡିଓ ପରିସର ନିକଟରେ ଏକ କ୍ଷେପଣାସ୍ତ୍ର ହୋଇଥିବା ସମୟରେ ଆଙ୍କର ବୁଲେଟିନ୍ ମଝିରେ ଭୟଭୀତ ହୋଇ ନିଜ ଆସନରୁ ଉଠି ଦୌଡ଼ି ପଳାଉଥିବା ଦେଖିବାକୁ ମିଳିଛି।
ଏହା ପୂର୍ବରୁ ଇସ୍ରାଏଲ କହିସାରିଛି ଯେ ଇରାନ ଉପରେ ଆକ୍ରମଣ କରିବା ତାର ଉଦ୍ଦେଶ୍ୟ ଠିକ୍ ଅଛି। ସ୍ଥିତିକୁ ଦୃଷ୍ଟିରେ ରଖି ତେହେରାନର ଲୋକମାନଙ୍କୁ ସେମାନଙ୍କ ଘର ଖାଲି କରିବାକୁ କହିସାରିଛି ଇସ୍ରାଏଲ। ଯୁଦ୍ଧ ସ୍ଥିତି ଦେଖି ଦୁଇ ଦେଶ ମଧ୍ୟରେ ବିବାଦ ବୃଦ୍ଧି ପାଉଛି ଏବଂ ଉଭୟ ଦେଶର ନାଗରିକ ଆଶ୍ରୟ ନେବାକୁ ପଳାୟନ କରୁଛନ୍ତି।