ନୂଆଦିଲ୍ଲୀ: ଇରାନର ରାଜଧାନୀ ତେହେରାନ ସମେତ ସମଗ୍ର ଦେଶରେ ପ୍ରାୟ ଏକ ସପ୍ତାହ ହେଲା ଭୟ ଏବଂ ଆତଙ୍କର ବାତାବରଣ ଜାରି ରହିଛି। ଇସ୍ରାଏଲ ଆକ୍ରମଣର ନିରନ୍ତର ଚେତାବନୀ ପରେ ଲୋକମାନେ ବଡ଼ ସହର ଛାଡି ସୁରକ୍ଷିତ ଅଞ୍ଚଳ ଆଡକୁ ପଳାୟନ ଛନ୍ତି। କାସ୍ପିଆନ ସାଗର ନିକଟବର୍ତ୍ତୀ ଅଞ୍ଚଳକୁ ଯାଉଥିବା ରାସ୍ତାରେ ଭାରୀ ଯାତାୟାତ ଦେଖିବାକୁ ମିଳୁଛି।
ଇସ୍ରାଏଲୀ ସେନା ସୋମବାର କଡ଼ା ଚେତାବନୀ ଜାରି କରି ତେହେରାନର ନାଗରିକମାନଙ୍କୁ ତୁରନ୍ତ ଅଞ୍ଚଳ ଖାଲି କରିବାକୁ କହିଛି। ଇସ୍ରାଏଲୀ ପୋଷ୍ଟରେ କୁହାଯାଇଛି, ଆଗାମୀ କିଛି ଘଣ୍ଟା ମଧ୍ୟରେ ସେନା ପୁଣି ଥରେ ତେହେରାନର ସାମରିକ ଘାଟି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।
ତେହେରାନର ଉତ୍ତର ଭାଗ ସାଦତ ଆବାଦର ଜଣେ ବାସିନ୍ଦା ଗଣମାଧ୍ୟମକୁ କହିଛନ୍ତି, ସାରା ରାତି ବିସ୍ଫୋରଣ ଶୁଣାଯାଇଥିଲା। କିଛି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ସମଗ୍ର କୋଠା ଥରି ଉଠିଲା। ଧୂଆଁ ଅନେକ କୋଠାକୁ ଭର୍ତ୍ତି କରିଦେଇଥିଲା ଏବଂ ପରିବାରମାନେ ସେମାନଙ୍କ ପିଲାମାନଙ୍କୁ ସାନ୍ତ୍ୱନା ଦେବା ପାଇଁ ବେସମେଣ୍ଟରେ ଏକାଠି ହୋଇଥିଲେ।
ଇରାନର ରାଜଧାନୀ ବିମାନ ଆକ୍ରମଣ ପାଇଁ ଭଲ ଭାବରେ ପ୍ରସ୍ତୁତ ନୁହେଁ। ଇସ୍ରାଏଲୀ ସହରଗୁଡ଼ିକରେ ଆଧୁନିକ ବୋମା ଆଶ୍ରୟସ୍ଥଳ ଥିବା ବେଳେ ତେହେରାନର ଅଧିକାଂଶ ଲୋକ ପୁରୁଣାକାଳିଆ ଯୀବନଯାପନ କରନ୍ତି। ୧୯୮୦ ଦଶକର ଇରାନ-ଇରାକ ଯୁଦ୍ଧ ସମୟର ବେସମେଣ୍ଟ, ସୁଡ଼ଙ୍ଗ କିମ୍ବା ମେଟ୍ରୋ ଷ୍ଟେସନ ଉପରେ ନିର୍ଭର କରନ୍ତି।
ତେହେରାନରେ ଆଧୁନିକ ବୋମା ଆଶ୍ରୟସ୍ଥଳ କେବେ ନିର୍ମାଣ କରାଯାଇ ନାହିଁ। ଲୋକମାନେ ବେସମେଣ୍ଟକୁ ଯାଆନ୍ତି। ମେଟ୍ରୋ କେବଳ ବହୁତ ଗମ୍ଭୀର ପରିସ୍ଥିତିରେ ବ୍ୟବହାର କରାଯାଇପାରିବ।
ଅଧିକ ପଢ଼ନ୍ତୁ: ଇରାନ ପରମାଣୁ ଅସ୍ତ୍ର ରଖିପାରିବନି କହିଲେ ଟ୍ରମ୍ପ