ଭୁବନେଶ୍ୱର : ଆଜି ମଧ୍ଯରାତ୍ରିରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା 'ଅର୍ଣ୍ଣବ। ଦ୍ରୁତ ଗତି ଯୋଗୁଁ, ବାତ୍ୟାଟି ଅପେକ୍ଷାକୃତ ଶୀଘ୍ର ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଏହା ଆଜି ରାତି ୨ଟାରୁ ଭୋର ୪ଟା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିପାରେ। ଏହି ସମୟରେ ପବନର ବେଗ ସର୍ବାଧିକ ରହିବା ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବାପଟଲା ଓ ବିଶାଖାପାଟଣାର ମଧ୍ୟସ୍ଥଳ ପୁଡ଼ୁଚେରୀର ୟାନମ୍ ରେ କରିବ ଲ୍ୟାଣ୍ଡଫଲ୍। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫-୧୨୫ କିଲୋମିଟର ରହିପାରେ ଏବଂ ଏହା ଝଟକା ସହ ୧୫୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।
ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବିଶେଷ କରି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରରେ ଘଣ୍ଟା ପ୍ରତି ୬୦ ରୁ ୮୦ କିମି ବେଗରେ ପବନ ବହିବା ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।