ଭୁବନେଶ୍ୱର : ଆସନ୍ତା ନଭେମ୍ବର ୧୮ ତାରିଖରୁ ଓଡ଼ିଶାବିଧାନସଭାର ୧୭ ତମ ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।ରାଜ୍ୟପାଳଙ୍କ ଅନୁମୋଦନ କ୍ରମେ ଏହି ସୂଚନା ଓ ଅସ୍ଥାୟୀ କାର୍ଯ୍ୟସୂଚୀ ପ୍ରକାଶ ପାଇଛି।
ସମୁଦାୟ ୪୪ ଦିନର ଏହି ଅଧିବେଶନରେ ୩୩ଟି କାର୍ଯ୍ୟଦିବସ ରହିବ।ଅଧିବେଶନର ପ୍ରଥମ ଦିନ ଅର୍ଥାତ୍ ନଭେମ୍ବର ୧୮ ତାରିଖରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍ ଗୃହରେ ଆଗତ କରାଯିବ।
ସେହିପରି ନଭେମ୍ବର ୨୫, ୨୬ ଏବଂ ୨୭ ତାରିଖରେ ଅତିରିକ୍ତ ବଜେଟ୍ର ବ୍ୟୟ ମଞ୍ଜୁରୀ ବା ଅନୁଦାନ ଦାବି ଉପରେ ଆଲୋଚନା କରାଯିବ। ନଭେମ୍ବର ୩୦ ତାରିଖରେ ଏହି ସମ୍ପର୍କିତ ବ୍ୟୟ ମଞ୍ଜୁରୀ ବିଲ୍ ଗୃହରେ ଆଗତ ଓ ପାରିତ ହେବାର କାର୍ଯ୍ୟକ୍ରମ ରହିଛି । ମୋଟ ୪୪ ଦିନର ଏହି ଅଧିବେଶନରେ ୩୩ଟି କାର୍ଯ୍ୟଦିବସ ରହିଛି।