ଭୁବନେଶ୍ବର: ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏବେ ଡାଇରିଆ ବ୍ୟାପିଛି। ଏହାକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ୨ ସପ୍ତାହ ପାଇଁ ସମସ୍ତ ହୋଟେଲ୍, ଢାବା, ତେଜରାତି ଓ ମିଠା ଦୋକାନ ବନ୍ଦ ରହିବ। ହଇଜା ସଂକ୍ରମଣକୁ ଦୃଷ୍ଟିରେ ରଖି ତହସିଲଦାରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ନିର୍ଦ୍ଦେଶ ହୋଇଛି।
ପ୍ରଶାସନ ତରଫରୁ କୁହାଯାଇଛି ଯେ, ଫାଷ୍ଟଫୁଡ୍, ଚାଟ୍, ଗୁପଚୁପ୍ ଦୋକାନ ମଧ୍ୟ ଖୋଲାଯାଇ ପାରିବ ନାହିଁ। ସେହିପରି ଆଇସକ୍ରିମ ଓ ପାଣି ପାଉଚ୍ କାରଖାନା ସହ ମାଛ, ଚିକେନ୍ ଦୋକାନ ବନ୍ଦ ରହିବ। ବିନା ଅନୁମତିରେ କୌଣସି ଦୋକାନ ଖୋଲିଲେ ସଂପୃକ୍ତ ଦୋକାନୀଙ୍କ ବିରୋଧରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ପ୍ରଶାସନ ପକ୍ଷରୁ ବିବାହ, ବ୍ରତଘର, ଜନ୍ମଦିନ ତଥା ସମୂହ ଭୋଜିକୁ ବର୍ଜନ କରିବାକୁ ଅନୁରୋଧ କରାଯାଇଛି।