ବଲାଙ୍ଗୀର: ଆସନ୍ତାକାଲି ବଲାଙ୍ଗୀର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିପାଇଁ ଚାରିଆଡ଼େ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ପ୍ରସ୍ତୁତି ଜୋରସୋରରେ ଚାଲିଛି । ବଲାଙ୍ଗୀର ପଥରଚେପା ସ୍ଥିତ ଆଦର୍ଶ ବିଦ୍ୟାଳୟ ଖେଳପଡିଆ ନିକଟରେ କୃଷି ମେଳା କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସେଠାରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବେ । ପ୍ରବଳ ଜନସମାଗମର ସମ୍ଭାବନାକ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରଶାସନିକ ଅଧିକାରୀମାନେ ନିଜେ କ୍ଷେତ୍ର ପରିଦର୍ଶନ କରି ସ୍ଥିତିର ଯାଞ୍ଚ କରୁଛନ୍ତି । ସେହିଭଳି ଦଳୀୟ କର୍ମକର୍ତ୍ତାମାନେ ମଧ୍ୟ କାର୍ଯ୍ୟକ୍ରମ ସ୍ଥଳକୁ ପହଞ୍ଚି ବୁଲି ଦେଖୁଛନ୍ତି। ଆସନ୍ତାକାଲି ସକାଳେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀରରେ ପହଞ୍ଚି ଜିଲ୍ଲା ବାସୀଙ୍କୁ ସମ୍ବୋଧନ କରିବେ ।
ନିର୍ବାଚନ ସମୟରେ ରାଜ୍ୟ ସରକାର ଦେଇଥିବା ସମସ୍ତ ପ୍ରତିଶ୍ରୁତିକୁ ପାଳନ କରିଛନ୍ତି । ରାଜ୍ୟବାସୀଙ୍କର ବହୁ ସମସ୍ୟାର ସମାଧାନ ମଧ୍ୟ କରାଯାଇଛି । ରାଜ୍ୟ ସରକାରଙ୍କ ଏକ ବର୍ଷ ଶାସନରେ ରାଜ୍ୟ ବିକାଶ ଆଡକୁ ଅଗ୍ରସର କରିଛି ।