କୋଲକାତାର ଏକ ସ୍ୱତନ୍ତ୍ର PMLA କୋର୍ଟରେ ଇଡି ପାକିସ୍ତାନୀ ନାଗରିକ ଆଜାଦ ମାଲିକ ଓରଫ ଅହମ୍ମଦ ହୁସେନ ଆଜାଦ ଓରଫ ଆଜାଦ ହୁସେନଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। କୋର୍ଟ ଅଭିଯୁକ୍ତଙ୍କୁ ନୋଟିସ ଜାରି କରିଛନ୍ତି ଏବଂ ପରବର୍ତ୍ତୀ ଶୁଣାଣି ତାରିଖ ଧାର୍ଯ୍ୟ କରିଛନ୍ତି। ଇଡିର ଏହି ତଦନ୍ତ ପଶ୍ଚିମବଙ୍ଗ ପୋଲିସ ଦ୍ବାରା ବିଶେଷ ଅଧିନିୟମ ୧୯୪୬ର ଧାରା ୧୪ ଓ ୧୪ଏ ଆଧାରରରେ ମାମଲା ରୁ୍ଜୁ କରିଛି ।
୧୫ ଏପ୍ରିଲ୍, ୨୦୨୫ରେ କରାଯାଇଥିବା ତଲାସୀ ସମୟରେ, ମାଲିକଙ୍କୁ ବୈଧ କାଗଜପତ୍ର ବିନା ଭାରତରେ ରହୁଥିବା ଜଣାପଡ଼ିଥିଲା। ତଦନ୍ତ ସମୟରେ ଜଣାପଡିଥିଲା ଯେ ସେ ଏକ ଗ୍ୟାଙ୍ଗର ନେତା ଥିଲେ ଯିଏ ପାକିସ୍ତାନୀ ବଂଶୋଦ୍ଭବ ନାଗରିକଙ୍କ ପାଇଁ ବେଆଇନ ଭାବରେ ଭାରତୀୟ ପାସପୋର୍ଟ ଏବଂ ଅନ୍ୟାନ୍ୟ ଡକ୍ୟୁମେଣ୍ଟ ତିଆରି କରୁଥିଲେ ଏବଂ ବଦଳରେ ବିପୁଳ ପରିମାଣର ଟଙ୍କା ଆଦାୟ କରୁଥିଲେ। ମାଲିକ ଜଣେ ପାକିସ୍ତାନୀ ନାଗରିକ ଯିଏ ଭାରତରେ ରହିବା ପାଇଁ ନକଲି ପରିଚୟପତ୍ର ଏବଂ କାଗଜପତ୍ର ତିଆରି କରିଥିଲେ।
ମଲିକ ପାକିସ୍ତାନୀ ନାଗରିକ ହୋଇ ଭାରତରେ ଜାଲ ପ୍ରମାଣ ପତ୍ର ପ୍ରସ୍ତୁତ କରି ରହୁଥିଲା । ତାଙ୍କ ମୋବାଇଲରୁ ମିଳିଥିବା ୧୯୯୪ ମସିହାର ଡ୍ରାଇଭିଙ୍ଗ ଲାଇସେନ୍ସରୁ ଜଣାପଡିଲା ଯେ ତାର ନାମ ଆଜାନ ହୁସେନ ଓ ସେ ପାକିସ୍ତାନର ନାଗରିକ । ତାର ବପାଙ୍କ ନାମ ମୁମତାଜ ଉଲ ହୁକ । ତାର ଜନ୍ମ ତାରିଖ ୧୪ ଅଗଷ୍ଟ ୧୯୭୧ ବୋଲି ମଧ୍ୟ ସେଥିରୁ ଜଣାପଡ଼ିଛି । ଏହି ଲାଇସେନ୍ସ ତାକୁ ପାକିସ୍ତାନର ହାଇଦ୍ରାବାଦରୁ ମିଳିଥିଲା । ତାର ନାଁକୁ ଲୁଚେଇବା ପାଇଁ ସେ ତାର ନାମ ଆଜାଦ ମଲିକ ରଖିଥିଲା । ସେହି ନାମରେ ଚାଲ ପ୍ରମାଣ ପତ୍ର ତିଆରି କରି ସେ ରହୁଥିଲା ।
ଇଡି ତଦନ୍ତ କରିବା ସମୟରେ ଜାଣିବାକୁ ପାଇଲା କି ସେ ବାଂଲାଦେଶ ଓ ଭାରତ ସୀମାରେ ତାର କାରବାର ଚଲାଉଥିଲା । ୟୁପିଆଇ ମାଧ୍ୟମରେ ଟଙ୍କା କାରବାର କରୁଥିଲା । Bkash ଭଳି ଏକ ପ୍ଲାଟଫର୍ମ ମାଧ୍ୟମରେ ବାଂଲାଦେଶରେ ଟଙ୍କା ଟ୍ରାନ୍ସଫର କରୁଥିଲା । ବାଂଲାଦେଶ ନାଗରିକ ବିଦେଶ ଯିବା ପାଇଁ ଭିସା ପ୍ରସ୍ତୁତ କରୁଥିଲା । ବାଂଲାଦେଶ ଟଙ୍କା, ଆମେରିକା ଡଲାର ଓ ଭାରତୀୟ ମୁଦ୍ରା ମାଧ୍ୟମରେ ଟଙ୍କା ନେଣଦେଣ କରୁଥିଲା । ଅପରାଧୀକୁ ନ୍ୟାୟିକ ହେପାଜତକୁ ନିଆଯାଇଛି । ତା’ର ବିରୋଧରେ ତଦନ୍ତ ଏବେ ବି ଜାରି ରହିଛି ।