ନୂଆଦିଲ୍ଲୀ: ଦେଶର ଅଧିକାଂଶ ସ୍ଥାନରେ ରିଲିୟାନ୍ସ ଜିଓ ନେଟୱାର୍କ ସୋମବାର କାମ କରିବା ବନ୍ଦ କରିଦେଇଛି । ଜିଓ ସର୍ଭର୍ ସମ୍ପୂର୍ଣ୍ଣ ଡାଉନ୍ ହୋଇଯାଇଛି । ହଜାର ହଜାର ସଂଖ୍ୟାରେ ଜିଓ ଉପଭୋକ୍ତା ନେଟୱାର୍କରେ ସମସ୍ୟାର ସାମ୍ନା କରିଛନ୍ତି । କାହାକୁ କଲରେ ସମସ୍ୟା ହେଉଛି ତ ଆଉ କିଏ ଜିଓ ଫାଇବରରେ ନେଟୱାର୍କର ସମସ୍ୟା ଭୋଗୁଛନ୍ତି । ଆଉଟେଜ୍-ଟ୍ରାକିଂ ପ୍ଲାଟଫର୍ମ ଡାଉନଡିଟେକ୍ଟରକୁ ମଧ୍ୟ ୧୧ ହଜାରରୁ ଅଧିକ ଉପଭୋକ୍ତା ଜିଓ ଡାଉନ ହେବାର ସୂଚନା ଦେଇଛନ୍ତି ।
ପ୍ରାୟ ୫୬ ପ୍ରତିଶତ ଉପଭୋକ୍ତା ମୋବାଇଲ୍ ଇଣ୍ଟରନେଟ୍ ଏବଂ ୩୨ ପ୍ରତିଶତ ଉପଭୋକ୍ତା କଲ୍ କରିବାରେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଏହା ବ୍ୟତୀତ ୧୨ ପ୍ରତିଶତ ଉପଭୋକ୍ତା ଜିଓ ଫାଇବରରେ ସମସ୍ୟାର ଅଭିଯୋଗ କରିଛନ୍ତି । ଏହି ସମସ୍ୟା ଆଜି ଅପରାହ୍ନ ୨ଟାରୁ ଆରମ୍ଭ ହୋଇଥିଲା । ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର, କେରଳ ଏବଂ ହାଇଦ୍ରାବାଦ ଭଳି ବଡ଼ ସହରରୁ ଏହି ଅଭିଯୋଗ ଆସିଛି । ତେବେ ଏ ନେଇ ଜିଓ ପକ୍ଷରୁ କୌଣସି ଆନୁଷ୍ଠାନିକ ବୟାନ ଦିଆଯାଇ ନାହିଁ ।