ଉତ୍ତରାଖଣ୍ଡ: ରବିବାର ସକାଳେ ଉତ୍ତରାଖଣ୍ଡର କେଦାରନାଥ ଧାମରେ ଏକ ହେଲିକପ୍ଟର ଦୁର୍ଘଟଣାରେ ସାତ ଜଣ ପ୍ରାଣ ହରାଇଲେ। ଏହି ହେଲିକପ୍ଟର କେଦାରନାଥ ଧାମରୁ ଗୁପ୍ତକାଶୀ ଯାଉଥିଲା। ଏହି ସମୟରେ, ଗୌରୀକୁଣ୍ଡ ନିକଟରେ ଏହି ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ପାଇଲଟ୍ ସମେତ ସାତ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ, କେଦାରନାଥ ଘାଟିରେ ହେଲିକପ୍ଟର ସେବାର ସୁରକ୍ଷା ଉପରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।
ମେ ମାସରୁ ଉତ୍ତରାଖଣ୍ଡରେ ଚାରିଧାମ ଯାତ୍ରା ଆରମ୍ଭ ହୋଇଛି। ଏହି ଦେଢ଼ ମାସରେ ଏପର୍ଯ୍ୟନ୍ତ ପାଞ୍ଚଟି ହେଲିକପ୍ଟର ଦୁର୍ଘଟଣା ଘଟିଛି, ଯେଉଁଥିରେ ଦୁଇଟି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ଏଥିରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହେଲିକପ୍ଟରକୁ ମଧ୍ୟ ରାସ୍ତାରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା। ଏହି ଦୁର୍ଘଟଣାରେ ପାଇଲଟ୍ ଆହତ ହୋଇଥିଲେ। ଏହି ସମସ୍ତ ଦୁର୍ଘଟଣା କେଦାରନାଥ ରୁଟରେ ଘଟିଥିଲା।
ବିମାନ ବିଶେଷଜ୍ଞମାନଙ୍କ ମୁତାବକ ଏହି ଦୁର୍ଘଟଣା ପଛରେ କାରଣ ହେଉଛି କେଦାରନାଥ ଘାଟିର ପରିବର୍ତ୍ତିତ ପାଗ। ଖରାପ ପାଗ ସତ୍ତ୍ୱେ, ଅଭିଏସନ୍ କମ୍ପାନୀ ଗୁଡ଼ିକ ନିୟମକୁ ଧ୍ୟାନ ନଦେଇ ଉଡ଼ାଣ ଭରନ୍ତି । ଏଠାରେ ହେଲିକପ୍ଟରଗୁଡ଼ିକ ବିନା ଅଟକି ଯାତ୍ରୀମାନଙ୍କୁ ନବା ଆଣିବା କରିଥାନ୍ତି । ଗୋଟିଏ ପଟେ ଖରାପ ପାଗ ଏବଂ ଅନ୍ୟପଟେ ଏହି ହେଲିକପ୍ଟରଗୁଡ଼ିକ କୌଣସି ରାଡାର ଏବଂ ନିୟମ ବିନା ଉଡ଼ନ୍ତି, ଯାହା ଏହି ଦୁର୍ଘଟଣାଗୁଡ଼ିକର ସବୁଠାରୁ ବଡ଼ କାରଣ।
ଗୋଟିଏ ଜାତୀୟ ଗଣମାଧ୍ୟମ ସମ୍ମୁଖରେ ଜଣେ ବରିଷ୍ଠ ପାଇଲଟ୍ କହିଛନ୍ତି ଯେ ଏହି ଅଞ୍ଚଳ ବହୁତ ବିପଦପୂରଣ୍ଣ, ଏହା ସହିତ, ତୀର୍ଥଯାତ୍ରୀଙ୍କ ପାଇଁ ଉଡ଼ାଣ ମଧ୍ୟ ବୃଦ୍ଧି ଏଠାରେ ଆଉ ଏକ ଚ୍ୟାଲେଞ୍ଜ ଏବଂ ଏଠାରେ କୌଣସି ବିମାନ ଟ୍ରାଫିକ୍ ନିୟନ୍ତ୍ରଣ ନେଟୱାର୍କ ଏବଂ ପାଣିପାଗ ଷ୍ଟେସନ୍ ବି ନାହିଁ। ଯାହା ଦ୍ୱାରା ସଠିକ୍ ପରିସ୍ଥିତି ଜାଣିହେବ। ଗୌରୀକୁଣ୍ଡରୁ କେଦାରନାଥ ପର୍ଯ୍ୟନ୍ତ ସଂକୀର୍ଣ୍ଣ ଘାଟିରେ ଉଡ଼ାଣ ପାଇଲଟ୍ଙ୍କ ଅଭିଜ୍ଞତା ଏବଂ ସୁରକ୍ଷା ସଚେତନତା ଉପରେ ନିର୍ଭର କରେ। କାରଣ ଏଠାରେ କୌଣସି ଜରୁରୀକାଳୀନ ଅବତରଣ ସ୍ଥାନ ନାହିଁ।