ହାଇଦ୍ରାବାଦ: ବୋମା ଧମକ ମିଳିବା ପରେ ଭାରତ ଆସୁଥିବା ବିମାନକୁ ଆକାଶରେ ହିଁ ୟୁଟର୍ଣ୍ଣ ନେଇ ଫେରିବାକୁ ପଡିଛି । ଲୁଫତାଂସା ଏୟାରଲାଇନ୍ସର ଏହି ବିମାନ ଜର୍ମାନୀର ଫ୍ରାଙ୍କଫର୍ଟରୁ ହାଇଦ୍ରାବାଦ ଆସୁଥିଲା । ମାତ୍ର ବୋମା ଧମକ ମିଳିବା କାରଣରୁ ବିମାନକୁ ହାଇଦ୍ରାବାଦରେ ଅବତରଣ କରିବାକୁ ଅନୁମତି ମିଳି ନ ଥିଲା । ଏହା ରେ ବିମାନକୁ ଆକାଶରେ ହିଁ ୟୁଟର୍ଣ୍ଣ ୪ ହଜାର କିମି ଯାତ୍ରା କରି ସେଠାରେ ପହଞ୍ଚିଥିଲା, ଯେଉଁଠୁ ବିମାନ ଉଡାଣ ଭରିଥିଲା । ବିମାନକୁ ଜର୍ମାନୀର ଫ୍ରାଙ୍କଫର୍ଟ ବିମାନ ବନ୍ଦରରେ ଅବତରଣ କରାଯାଇଛି । ହାଇଦ୍ରାବାଦରୁ ଫ୍ରାଙ୍କଫର୍ଟର ଦୂରତା ୪ ହଜାର କିମି ।
ଲୁଫତାଂସା ଏୟାରଲାଇନ୍ସର ବିମାନ ସଂଖ୍ୟା ଏଲଏଚ ୭୫୨ ରାଜୀବ ଗାନ୍ଧୀ ବିମାନ ବନ୍ଦରରେ ଅବତରଣ କରିବାକୁ ଥିଲା । ମାତ୍ର ବୋମା ଧମକ ମିିଳିବା କାରଣରୁ ବିମାନକୁ ଅବତରଣ କରିବାକୁ ଅନୁମତି ଦିଆଯାଇ ନ ଥିଲା । ଲୁଫତାଂସା ଏୟାରଲାଇନ୍ସ ଦ୍ୱାରା ଜାରି ବୟାନରେ କୁହାଯାଇଛି ଯେ, ଆମକୁ ହାଇଦ୍ରାବାଦରେ ଅବତରଣ ପାଇଁ ଅନୁମତି ମିଳି ନ ଥିଲା । ଏହି କାରଣରୁ ଆମକୁ ଫେରିବାକୁ ପଡିଲା ।
ହାଇଦ୍ରାବାଦ ବିମାନ ବନ୍ଦରର ଅଧିକାରୀ କହିଛନ୍ତି ଯେ, ଲୁଫତାଂସା ଏୟାରଲାଇନ୍ସର ବିମାନ ଭାରତୀୟ ବାୟୁକ୍ଷେତ୍ରରେ ପହଞ୍ଚିବା ପୂର୍ବରୁ ବୋମାର ଧଉଳ ମିଳି ସାରିଥିଲା । ଏହି କାରଣରୁ ଭାରତୀୟ ବାୟୁ ସୀମାରେ ପ୍ରବେଶ କରିବାକୁ ଦିଆଯାଇ ନ ଥିଲା ଏବଂ ସେଠାରୁ ବିମାନକୁ ଫେରିବାକୁ ପଡିଲା ଯେଉଁଠୁ ଉଡାଣ ଭରିଥିଲା ।
ବିମାନକୁ ଅପ୍ରତ୍ୟାଶିତ ଢଙ୍ଗରେ ଫେରାଇ ଦେବା ନେଇ ଅନେକ ପ୍ରଶ୍ନ ଉଠୁଛି । ଏୟାରଲାଇନ୍ସର କହିବା କଥା ଆମକୁ ଅବତରଣ ପାଇଁ ଅନୁମତି ମିଳିଲ ନାହିଁ । ଅନ୍ୟପଟେ ବିମାନ ବନ୍ଦରର ଅଧିକାରୀ କହୁଛନ୍ତି ମାମଲା ବୋମା ଧମକ ସହ ଜଡିତ ଥିଲା । ତେବେ ଏହା ସ୍ପଷ୍ଟ ହୋଇ ନାହିଁ ଯେ, ବିମାନକୁ କେଉଁ ଭଳି ଧମକ ମିଳିଥିଲା ।