ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିଜର କାର୍ଯ୍ୟଶୈଳୀ ଯୋଗୁଁ ଗତ କିଛି ମାସ ମଧ୍ୟରେ ଅନେକ ଥର ସର୍ବୋଚ୍ଚ ନ୍ୟାୟଳୟର ନିଶାଣରେ ଆସିଛି । ଏବେ ସୁପ୍ରିମକୋର୍ଟ ଆଡଭୋକେଟ୍ସ ଅନ୍ ରେକର୍ଡସ୍ (SCAORA) କେବଳ ଇଡିର ଏକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିନାହିଁ ବରଂ ଏହା ପଛରେ ଲୁଚି ରହିଥିବା ପ୍ରକୃତ ସତ୍ୟାସତ୍ୟକୁ ଲୋଚଲୋଚନକୁ ଆଣିଛନ୍ତି ସୁପ୍ରିମକୋର୍ଟ । ଇଡି ନିକଟରେ ବରିଷ୍ଠ ଓକିଲ ଅରବିନ୍ଦ ଦାତାରଙ୍କୁ ସମନ ଜାରି କରିଛି । ଇଡିର ଏପରି କାର୍ଯ୍ୟାନୁଷ୍ଠାନକୁ ସ୍କରା ତୀବ୍ର ବିରୋଧ କରିଛି । ଆଇନଗତ ବୃତ୍ତିଗତମାନଙ୍କ ପାଇଁ ଚିନ୍ତା ପ୍ରକାଶ କରି ଏକ ବିବୃତ୍ତି ମଧ୍ୟ ଜାରି କରିଛି । ବିନା କୌଣସି ପ୍ରତିଶୋଧର ଭୟରେ ସ୍ୱାଧୀନ ଭାବରେ ଆଇନଗତ ପରାମର୍ଶ ନେବା ପ୍ରତ୍ୟେକ ନାଗରିକଙ୍କ ଅଧିକାର ବୋଲି ସ୍କରା କହିଛି ।
ଜୁନ୍ ୧୬ ତାରିଖରେ ସ୍କରା (SCAORA)ର ଅବୈତନିକ ସଚିବ ନିଖିଲ ଜୈନଙ୍କ ଦ୍ୱାରା ସ୍ୱାକ୍ଷରିତ ଏକ ବିବୃତ୍ତିରେ, ଇଡିର କାର୍ଯ୍ୟାନୁଷ୍ଠାନକୁ ଅନୁଚିତ ବୋଲି କୁହାଯାଇଛି । ଏହା ଆଇନଗତ ବୃତ୍ତିର କାର୍ଯ୍ୟକାରିତା ଏବଂ ଆଇନର ଶାସନକୁ ପ୍ରଭାବିତ କରିବାର ଏକ ପ୍ରବୃତ୍ତି, ଯାହା "ତଦନ୍ତ ପରିସର ବାହାରେ" । ଇଡିର ଏପରି କାର୍ଯ୍ୟାନୁଷ୍ଠାନ ଉପରେ SCAORA ଗଭୀର ଚିନ୍ତା ପ୍ରକାଶ କରିଛି ।
ବାର ଆଣ୍ଡ ବେଞ୍ଚର ଏକ ରିପୋର୍ଟ ଅନୁଯାୟୀ, ବିବୃତ୍ତିରେ କୁହାଯାଇଛି, " ବରିଷ୍ଠ ଓକିଲ ଅରବିନ୍ଦ ଦାତାର ଜଣେ ସମ୍ମାନିତ ବରିଷ୍ଠ ଓକିଲ ଯାହାଙ୍କ ସଚ୍ଚୋଟତା ଉପରେ ପ୍ରଶ୍ନ ଉଠାଇ ହେବ ନାହିଁ । ସେ ନିରନ୍ତର ଭାବରେ ବୃତ୍ତିଗତ ଆଚରଣ ଏବଂ ଆଇନଗତ ନୀତିର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିଛନ୍ତି ।" କିନ୍ତୁ ଇଡିର କାର୍ଯ୍ୟାନୁଷ୍ଠାନ ଆଇନଗତ ପରାମର୍ଶକୁ ଅପରାଧିକ ଭାଗିଦାରୀ ବୋଲି ଅଭିହିତ କରୁଛି ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ । ସେହିପିର ଏପରି ଆଭିମୁଖ୍ୟ ସାମ୍ବିଧାନିକ ଭାବରେ ଅସମର୍ଥ ଏବଂ ଆଇନଗତ ଭାବରେ ଅନୁଚିତ ବୋଲି ବିବୃତ୍ତିରେ କୁହାଯାଇଛି ।
ବିବୃତ୍ତିରେ କୁହାଯାଇଛି ଯେ ଏପରି କାର୍ଯ୍ୟାନୁଷ୍ଠାନ ଆଇନଗତ ପରାମର୍ଶଦାତାଙ୍କ ସ୍ୱାଧୀନତା ଏବଂ ବିନା ପ୍ରତିଶୋଧର ଭୟରେ ନାଗରିକଙ୍କ ଆଇନଗତ ପ୍ରତିନିଧିତ୍ୱର ସାମ୍ବିଧାନିକ ଅଧିକାର ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ । "ଏହି ପଦକ୍ଷେପ ଆଇନଗତ ସମ୍ପ୍ରଦାୟକୁ ଏକ ଭୟଙ୍କର ବାର୍ତ୍ତା ଦେଉଛି । ବିନା ପ୍ରତିଶୋଧର ଭୟରେ ସ୍ୱାଧୀନ ଆଇନଗତ ପରାମର୍ଶ ପାଇବାର ପ୍ରତ୍ୟେକ ନାଗରିକଙ୍କ ମୌଳିକ ଅଧିକାରକୁ ବିପଦରେ ପକାଇଥାଏ," ବୋଲି ସଂଘ କହିଛି । ତେବେ ସଂଘର ଏପରି ଛାଟ ପରେ ଇଡି ବାଧ୍ୟ ହୋଇ ଦାତାରଙ୍କୁ ପଠାଇଥିବା ସମନକୁ ପ୍ରତ୍ୟାହାର କରିଛି ।
ପ୍ରକାଶ ଯୋଗ୍ୟ, କେୟାର ହେଲଥ୍ ଇନସ୍ୟୁରାନ୍ସ ଦ୍ୱାରା ରେଲିଗେୟାର ଏଣ୍ଟରପ୍ରାଇଜେସର ପୂର୍ବତନ ଅଧ୍ୟକ୍ଷା ରଶ୍ମି ସାଲୁଜାଙ୍କୁ ଦିଆଯାଇଥିବା କର୍ମଚାରୀ ଷ୍ଟକ୍ ବିକଳ୍ପ ଯୋଜନା (ESOP)ର ତଦନ୍ତ ସହିତ ଜଡିତ ମାମଲାରେ ଇଡି ଦାତାରଙ୍କୁ ଏହି ସମନ ଜାରି କରିଛି । ଦାତାର ସାଲୁଜାଙ୍କୁ ଆଇନଗତ ପରାମର୍ଶ ଦେଇଥିଲେ । ବର୍ତ୍ତମାନ କର୍ମଚାରୀ ଷ୍ଟକ୍ ବିକଳ୍ପ ଯୋଜନା ଇଡି, ଭାରତୀୟ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ (IRDA) ଦ୍ୱାରା ସମାନ୍ତରାଳ ତଦନ୍ତର ବିଷୟ ଅଟେ । ୨୫୦ କୋଟିରୁ ଅଧିକ ମୂଲ୍ୟର ୨.୨୭ କୋଟିରୁ ଅଧିକ ଋଝଙଚ ଜାରି କରିବା ନିୟାମକ ମାନଦଣ୍ଡର ଉଲ୍ଲଂଘନ ଥିଲା କି ନାହିଁ ଇଡି ତାହାର ତଦନ୍ତ କରୁଛି ।