ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଟି-୨୦ ଏବଂ ଟେଷ୍ଟ ଫର୍ମାଟରୁ ଅବସର ନେଇସାରିଛନ୍ତି। ଉଭୟ ଏବେ କେବଳ ଦିନିକିଆରେ ଖେଳିବେ। ଅନୁମାନ କରାଯାଉଛି ଯେ ବିରାଟ ଏବଂ ରୋହିତ ୨୦୨୭ ଦିନିକିଆ ବିଶ୍ୱକପ ପର୍ଯ୍ୟନ୍ତ ଖେଳ ଜାରି ରଖିବେ। ତେବେ ରୋହିତ ଏବଂ ବିରାଟ ବର୍ତ୍ତମାନ ଦୁଇଟି ଫର୍ମାଟରୁ ଅବସର ନେଇସାରିଛନ୍ତି, ତେଣୁ ବିସିସିଆଇରୁ ସେମାନଙ୍କର ଦରମା ହ୍ରାସ ପାଇଛି କି? ଏହି ପ୍ରଶ୍ନ ସଭିଙ୍କ ମନରେ ଉଙ୍କି ମାରୁଛି। ଜାଣନ୍ତୁ ବିସିସିଆଇ ସେମାନଙ୍କୁ ବର୍ତ୍ତମାନ କେତେ ଦରମା ଦେଉଛି।
ବିସିସିଆଇ ଚଳିତ ବର୍ଷ ଏପ୍ରିଲରେ ୨୦୨୫-୨୬ ସିଜିନ ପାଇଁ କେନ୍ଦ୍ରୀୟ ଚୁକ୍ତି ତାଲିକା ପ୍ରକାଶ କରିଥିଲା। ସେଥିରେ, ବିରାଟ କୋହଲି, ରୋହିତ ଶର୍ମା, ଯଶପ୍ରୀତ ବୁମରା ଏବଂ ରବିନ୍ଦ୍ର ଜାଡେଜାଙ୍କୁ ଗ୍ରେଡ୍ A+ ରେ ରଖାଯାଇଛି। ଏହି ଗ୍ରେଡରେ ଆସୁଥିବା ଖେଳାଳିମାନେ ବାର୍ଷିକ ୭ କୋଟି ଟଙ୍କା ଦରମା ପାଉଛନ୍ତି। ଟି-୨୦ ଅବସର ସତ୍ତ୍ଵେ ଦୁଇ ଖେଳାଳିଙ୍କୁ ଗ୍ରେଡ୍ A+ ରେ ରଖାଯାଇଛି। ଏହି ଗ୍ରେଡରେ ସେହି ଖେଳାଳିମାନଙ୍କୁ ରଖାଯାଇଛି ଯେଉଁମାନେ ତିନୋଟି ଫର୍ମାଟରେ ଖେଳୁଛନ୍ତି।
ଶୁଭମନ ଗିଲଙ୍କୁ ସମ୍ପ୍ରତି ଭାରତୀୟ ଟେଷ୍ଟ ଦଳର ନୂତନ ଅଧିନାୟକ କରାଯାଇଛି। ତାଙ୍କୁ କେନ୍ଦ୍ରୀୟ ଚୁକ୍ତିର ଗ୍ରେଡ୍ A ରେ ରଖାଯାଇଛି। ଏହି ଗ୍ରେଡ୍ରେ ଥିବା ଖେଳାଳିମାନଙ୍କୁ ବିସିସିଆଇ ବାର୍ଷିକ ୫ କୋଟି ଟଙ୍କା ଦରମା ଦେଇଥାଏ। ଗ୍ରେଡ୍ Aରେ ଥିବା ଅନ୍ୟ ଖେଳାଳିମାନେ ହେଉଛନ୍ତି ମହମ୍ମଦ ସିରାଜ, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ ଏବଂ ମହମ୍ମଦ ଶାମି।
ଗ୍ରେଡ୍ ବିରେ ନ୍ତର୍ଭୁକ୍ତ ଖେଳାଳିମାନଙ୍କୁ ବିସିସିଅଇ ବାର୍ଷିକ ୩ କୋଟି ଟଙ୍କା ଦେଇଥାଏ। ସୂର୍ଯ୍ୟକୁମାର ଯାଦବ, କୁଲଦୀପ ଯାଦବ, ଅକ୍ଷର ପଟେଲ, ଯଶସ୍ୱୀ ଜୟସ୍ୱାଲ ଏବଂ ଅକ୍ଷର ପଟେଲ ଏହି ଗ୍ରେଡରେ ସାମିଲ ଅଛନ୍ତି। ରିଙ୍କୁ ସିଂହ ଏବଂ ଶିବମ ଦୁବେଙ୍କ ସମେତ ଅନେକ ଖେଳାଳିଙ୍କୁ ଗ୍ରେଡ୍ ସିରେ ରଖାଯାଇଛି। ଗ୍ରେଡ୍ ସିରେ ଆସୁଥିବା ଖେଳାଳିମାନଙ୍କୁ ବିସିସିଆଇ ବାର୍ଷିକ ଏକ କୋଟି ଟଙ୍କା ଦେଇଥାଏ।